Latest Odisha News

BREAKING NEWS

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନିଆ ଧାରଣା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ପୁଟ୍ଟାସିଂର ରେଜିଂଟାଲ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରବରିଆଭାବେ ନୂତନ ପଞ୍ଚାୟତ ଘୋଷଣା କରିଛନ୍ତି। ପୁଟ୍ଟାସିଂ ରେଭିନ୍ୟୁ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ଫେରସ୍ତ କରିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି ଉଭୟ ପୁଟାସିଂ ଏବଂ ପୋଡ଼ା ଗ୍ରାମର ଶତାଧିକ ଆଦିବାସୀ ମହିଳା ଏକ ଶୋଭାଯାତ୍ରାରେ ନୂତନ ବସଷ୍ଟାଣ୍ଡରୁ ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରିଛନ୍ତି। ତିନିଦିନ ଧରି ଅନଶନ ଓ ଧାରଣା କରିବେ।

ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଏହି ବାବଦରେ କାର୍ଯ୍ୟାନୁଷ୍ଠାନ ନେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତି ନନିଅନ୍ତି ତାହେଲେ ଆଗାମୀ ଦିନରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟକୁ ଅଚଳ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ଆଦିବାସୀ ନେତା ତ୍ରୀପତି ଗମାଙ୍ଗ ଏବଂ ରେଣୁକା ଦଳବେହେରା। କୌଣସି ଅଘଟଣ ହେଲେ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.