Latest Odisha News

BREAKING NEWS

ମନ୍ତ୍ରୀଙ୍କ ଉପରେ କାଦୁଅ ଫିଙ୍ଗିଲେ ଜନତା, ଭିଡିଓ ଭାଇରାଲ

ଚେନ୍ନାଇ: ବାତ୍ଯା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ଯରେ ତାମିଲନାଡୁର ଜଙ୍ଗଲ ମନ୍ତ୍ରୀ କେ ପୋନମୁଡି ଭିଲୁପୁରମ୍ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। କିନ୍ତୁ ଏଠାରେ ଉତ୍ତେଜିତ ଲୋକମାନେ ସରକାରଙ୍କ ଉପରେ ବର୍ଷିବା ସହ ମନ୍ତ୍ରୀଙ୍କ ଉପରେ କାଦୁଅ ଫିଙ୍ଗିଥିଲେ।

ଏନେଇ ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ମଧ୍ୟ ତାଙ୍କ ଅଫିସିଆଲ ଆକାଉଣ୍ଟରେ ଭିଡିଓ ସେୟାର କରିଛନ୍ତି।

ସୂଚନାନୁସାରେ, ଭିଲୁପୁରମ୍ ଜିଲ୍ଲାର ଆରାସୁରରେ ପ୍ରବଳ ବର୍ଷା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଥିଲା। ଏହାକୁ ନେଇ ଲୋକମାନେ ଅତ୍ୟନ୍ତ କ୍ରୋଧିତ ଥିଲେ। ଏହି ସମୟରେ ମନ୍ତ୍ରୀ ଗସ୍ତ କରିଥିବା ବେଳେ କ୍ରୋଧାନ୍ବିତ ଜନତା ତାଙ୍କ ଉପରେ କାଦୁଅ ଫିଙ୍ଗି ଥିଲେ। ଭିଡିଓରେ ମନ୍ତ୍ରୀଙ୍କ ଧଳା ସାର୍ଟରେ କାଦୁଅ ପଡିଥିବାର ଦେଖାଯାଉଛି।

 

 

Comments are closed.