Latest Odisha News

BREAKING NEWS

ଲକ୍ ଡାଉନ ପ୍ରେମ ପରେ ବିବାହ, ନେପାଳର ଝିଅ ହେଲେ ଓଡିଆ ବୋହୂ

ଭୁବନେଶ୍ୱର: କଥାରେ ଅଛି ଯାହା ପାଇଁ ଯିଏ ଗଢା । ସାଥୀ ଯଦି ସାତ ଦରିଆ ପାରିରେ ବି ଥାଏ କେମିତିନା କେମିତି ତା ସାଙ୍ଗେ ଭେଟ ହୁଏ । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ଗୋଳିହା ଗାଁରେ ।

ଯେତେବେଳେ ସାରା ଦେଶରେ ଲକ୍ ଡାଉନ ସେତେବେଳେ ମୁମ୍ବାଇରେ ଫଶି ଯାଇଥିଲେ କ୍ଷୀରୋଦ । ସେହି ସମୟରେ ତାଙ୍କର ଭେଟ ହୋଇଥିଲା ନେପାଳି ଯୁବତୀ ପ୍ରଣିସାଙ୍କ ସହ । ମୁମ୍ବାଇରେ କ୍ଷାରୋଦ ଯେଉଁଠି ରହୁଥିଲେ ସେହି ପାଖରେ ରହୁଥିଲେ ପ୍ରଣିସାଙ୍କ ଭଉଣୀ ଭିଣୋଇ । ସେମାନଙ୍କ ସହ ରହୁଥିଲେ ପ୍ରଣିସା । ଲକ୍ ଡାଉନରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଲକ୍‌ଡାଉନ ଅବଧି କୋହଳ ହେବା ପରେ କ୍ଷୀରୋଦ ନିଜ ଗାଁ ଖଇରା ବ୍ଲକର ଗୋଳିହାକୁ ଆସିବା ପାଇଁ ବାହାରିଲେ । ପ୍ରଣିସାଙ୍କ ଭଉଣୀ ଭିଣୋଇ ବି ନେପାଳ ଫେରିଗଲେ । କିନ୍ତୁ ସାଙ୍ଗରେ ଗଲେନି ପ୍ରଣିସା । ନିଷ୍ପତ୍ତି ନେଲେ କ୍ଷୀରୋଦଙ୍କ ସହ ତାଙ୍କ ଗାଁକୁ ଫେରି ତାଙ୍କୁ ଜୀବନ ସାଥୀ କରିବେ ।

ଗାଁକୁ ଫେରିବା ପରେ କ୍ଷୀରୋଦ ଓ ପ୍ରଣିସା ସଙ୍ଗରୋଧ ଗୃହରେ ରହିଥିଲେ । ୧୪ ଦିନ ପୂରଣ ପରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଛି । ସଙ୍ଗରୋଧ କେନ୍ଦ୍ର ନିକଟ ଚଣ୍ଡୀ ମନ୍ଦିରରେ ହୋଇଥିବା ଏହି ବିବାହରେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସ୍ୱାମୀ କନ୍ୟାଦାନ କରିଥିଲେ । ନିଜ ଘର ଓ ପରିବାର ଲୋକ ଉପସ୍ଥିତ ନ ଥିଲେ ବି ପ୍ରଣିତା ବିବାହ ବେଳେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.