Latest Odisha News

BREAKING NEWS

ଲକଡାଉନର ପ୍ରଭାବ: ବଲିଉଡର ୧୦୦୦ କୋଟି ବୁଡିବ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ମେ ୩ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ । ତେବେ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିବାକୁ ଯାଉଛି । ବଲିଉଡରେ ଏ ବର୍ଷ ବହୁତଗୁଡିଏ ବଡ ବଜେଟ ଫିଲ୍ମ ରିଲିଜ ହେବାକୁ ଥିଲା । ଫିଲ୍ମ ହଲ ବନ୍ଦ ରହିବା କାରଣରୁ ପାଖାପାଖି ୧୦୦୦ କୋଟି ଟଙ୍କ ବଲିଉଡର କ୍ଷତି ହେବ ।

ଲକଡାଉନ ପୂର୍ବରୁ ରିଲିଜ ହେଇଥିବା ବାଗୀ-୩ ଓ ଇଂରାଜୀ ମିଡିୟମକୁ କ୍ଷତି ସହିବାକୁ ପଡିଥିଲା । ସୂର୍ଯ୍ୟବଂଶମ, ଗୁଞ୍ଜନ ସକ୍ସେସନା, ୮୩ ପରି ଫିଲ୍ମର ରିଲିଲ ତାରିଖ ଘଂଚାଇ ଦିଆଯାଇଛି । ଲକଡାଉନ ଉଠିବା ପରେ ଦର୍ଶକମାନେ ଫିଲ୍ମ ହଲକୁ ଯିବାକୁ ନିଶ୍ଚିତ ଭାବେ ପଛଘଂଚା ଦେବେ । ୨୦୨୦ ସବୁ କ୍ଷେତ୍ରରେ କ୍ଷତି ସହିବ ଏହା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

Leave A Reply

Your email address will not be published.