Latest Odisha News

ଆଜିଠୁ ରାଜ୍ୟରେ ଲକଡାଉନ୍-୩.୦, ତିନିଟି ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ । ଆଜିଠାରୁ ୧୬ ଦିନ ଯାଏ ବଳବତ୍ତର ରହିବ । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ତାଲାବନ୍ଦ । ଆଜି ସକାଳ ୫ଟାରେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ୍ ଶେଷ ହେଉଥିଲା । ତାପୂର୍ବରୁ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ସରକାର । ଶନିବାର ଓ ରବିବାର ଜାରି ରହିବ ସପ୍ତାହାନ୍ତ ସଟଡାଉନ୍ । ପୂର୍ବ ଭଳି ଲକଡାଉନ୍ କଟକଣା ଜାରି ରହିବ । ବାହାଘର, ଅନ୍ତ୍ୟେଷ୍ଚିରେ ଯାହା କଟକଣା ଥିଲା ବଳବତ୍ତର ରହିବ । ଭୋଜିଭାତ ମନା । ମାଲ ପରିବହନରେ କୌଣସି କଟକଣା ନାହିଁ ।

୩ଟି ଜିଲ୍ଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଲକଡାଉନ୍ କଟକଣା କୋହଳ କରାଯାଇଛି । ଏସବୁ ଜିଲ୍ଲାରେ ସଂକ୍ରମଣ କମିଥିବାରୁ ଆଜିଠାରୁ ଦୋକାନ ବଜାର ଖୋଲିବ । ସକାଳ ୭ଟାରୁ ଗୋଟାଏ ଯାଏ ମାର୍କେଟ ଖୋଲିବାକୁ ଅନୁମତି ମିଳିଛି । ତେବେ ମଲ୍, ସାଲୁନ୍ ଓ ପାର୍ଲର ଖୋଲିବ ନାହିଁ । ଅଲଗା ସବୁ ଦୋକାନ ଖୋଲିବ ।

ବାକି ସବୁ ଜିଲ୍ଲାରେ ପୂର୍ବଭଳ ସକାଳ ୭ଟାରୁ ୧୧ଟା ଯାଏ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ଲୋକମାନେ ଚାଲି ଚାଲି ଯାଇ ଏହି ସମୟ ଭିତରେ ଜିନିଷ କିଣାବିକା କରି ପାରିବେ । ଆଗକୁ ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ରେଟ୍ ଓ ସଂକ୍ରମଣ କମିବ ସେଠାରେ ସ୍ଥିତି ଅନୁଧ୍ୟାନ ପରେ ଲକଡାଉନ୍ କଟକଣା କୋହଳ ନେଇ ସରକାର ନିଷ୍ପତ୍ତି ନେବ । ଏବେ କଟକଣା କୋହଳ ହୋଇଥିବା ଜିଲ୍ଲାରେ ସଂକ୍ରମଣ ବଢ଼ିଲେ କଟକଣା ବି କଡ଼ାକଡ଼ି ହେବ ।

Leave A Reply

Your email address will not be published.