Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ପଶୁପ୍ରେମୀ ପୂରବୀ ଓ ତାଙ୍କ ଟିମ୍ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଇବାକୁ ଦେବାକୁ ଲୋକଙ୍କୁ କରୁଛନ୍ତି ଉତ୍ସାହିତ

ଭୁୁବନେଶ୍ୱର: କରୋନା ସଂକ୍ରମଣ ଭୟରେ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି । ତେଣୁ ଏବେ ସମସ୍ତେ ଘରେ । କିଏ ରାମାୟଣ ମହାଭାରତ ଦେଖି ତ କିଏ ବିଭିନ୍ନ ପ୍ରକାର ରୋଷେଇ କରି ସମୟ କାଟୁଛନ୍ତି । କିନ୍ତୁ ଭୁବନେଶ୍ୱରର ନିଆରା ପଶୁପ୍ରେମୀ ପୂରବୀ ପାତ୍ରଙ୍କ ପାଇଁ କାମ ବଢିଯାଇଛି ।

ପୂରବୀ ପଶୁପକ୍ଷୀଙ୍କ ପାଇଁ ଏକ ଭୁବନେଶ୍ୱର ଉପକଣ୍ଠରେ ଏକ ସେଲଟର ହୋମ ବା ପଶୁ ଆଶ୍ରୟସ୍ଥଳୀ କରିଛନ୍ତି । ସବୁବେଳେ ସେଠାରେ ଥିବା ପଶୁ ପକ୍ଷୀଙ୍କ ଯତ୍ନ ତ ସେ ନିଅନ୍ତି ଏବେ ରାସ୍ତାର ବୁଲାକୁକୁରମାନଙ୍କ ମଧ୍ୟ ଯତ୍ନ ନେଉଛନ୍ତି । ସେ ଓ ତାଙ୍କ ଟିମ୍ ଏଥି ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି ।
ଏ ନେଇ ପୂରବୀ କହନ୍ତି, ‘ଲକ୍ ଡାଉନ ଯୋଗୁଁ ରାସ୍ତାରେ ବୁଲୁଥିବା କୁକୁରମାନେ ଖାଇବାକୁ ପାଉନାହାନ୍ତି । ଏମାନେ ମୁଖ୍ୟତଃ ରାସ୍ତା କଡରେ ଥିବା ଚା ଦୋକାନ, ହୋଟେଲରେ ଫୋପଡା ହେଉଥିବା ଖାଦ୍ୟ ଉପରେ ନିର୍ଭ ର କରିଥାନ୍ତି । ତେଣୁ ଏମାନଙ୍କୁ ଖାଦ୍ୟ ଖାଇବାକୁ ଦେଉଛୁ ।’

କେବଳ ପୂରବୀ କିମ୍ବା ତାଙ୍କ ଟିମ୍ ମିଶିଲେ ତ ସହରର ସବୁ କୁକୁରମାନଙ୍କୁ ଖାଦ୍ୟ ଦେବେ ସେପରି ହେବ ନାହିଁ ତେଣୁ ଲୋକମାନଙ୍କୁ ଘର ଆଖପାଖରେ ଥିବା କୁକୁରମାନଙ୍କୁ ଖାଇବାକୁ ଦେବାକୁ ଅନୁରୋଧ କରୁଛନ୍ତି ।

ଏ ନେଇ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ୱେବପେଜରେ ସଂପୃକ୍ତ ବାକ୍ତିଙ୍କ ନାମ ଓ କୁକୁରମାନଙ୍କୁ ଖାଦ୍ୟ ଦେଉଥିବା ସମୟର ଫଟୋକୁ ଅପଲୋଡ କରାଯାଉଛି ।

ଏସବୁ ବ୍ୟତୀତ ସମୟ ପାଇଲେ ପୂରବୀ ରୋଷେଇ କରିବାକୁ ଭଲ ପାଆନ୍ତି ।

ଏ ନେଇ ପୂରବୀ କହନ୍ତି, ‘ଯେହେତୁ ମୁଁ ସାକାହାରୀ, ମୁଁ ସବୁବେଳେ ନିରାମିଷ ରୋଷେଇ କରିବାକୁ ପସନ୍ଦ କରିଥାଏ । ଏହି ଲକ୍ ଡାଉନ ମଧ୍ୟରେ ସେ ଗୁପ୍‌ଚପ୍‌, ସିଙ୍ଗଡା ସହ ବିଭିନ୍ନ ପ୍ରକାର କେକ୍ ମଧ୍ୟ ତିଆରି କରୁଛନ୍ତି ।’

ଏହି ଲକ୍ ଡାଉନ ପୂରବୀଙ୍କୁ ପିଲାଦିନେ କଟାଉଥିବା ଖରାଛୁଟି ସମ୍ପର୍କରେ ମନେ ପକାଇ ଦେଉଛି । ରାମାୟଣ, ମହାଭାରତ ଓ ଶକ୍ତିମାନ ଟିଭିରେ ଦେଖିବାର ମଜ୍ଜା ବି କିଛି ନିଆରା ବୋଲି କହନ୍ତି ସେ । ଦୂରଦର୍ଶନରେ ୮୦ ଦଶକରେ ପ୍ରସାରିତ ସେଇ ପୁରୁଣା ସିରିଏଲ, ଗୀତ ସହ ବିଜ୍ଞାପନ ଦେଖି ସେହି ପିଲାଦିନକୁ ଫେରିଯାଉଛନ୍ତି ବୋଲି ପୂରବୀ କହିଛନ୍ତି ।

ଜଣେ ପ୍ରକୃତି ପ୍ରେମୀ ହୋଇଥିବାରୁ ଲକ୍ ଡାଉନ ବେଳେ ଏହି ଶାନ୍ତ ଓ ସୁନ୍ଦର ପରିବେଶ ସମସ୍ତଙ୍କୁ ଦେଖିବାର ସୁଯୋଗ ମିଳୁ ଥିବାରୁ ସେ ବେଶ୍ ଖୁସି ।

Leave A Reply

Your email address will not be published.