Latest Odisha News

BREAKING NEWS

କରୋନା ସହ ଲଢେଇ: ସଚେତନତା ସହ ସେବା କରିଚାଲିଛନ୍ତି ସଞ୍ଜୟ…

ଜଗତସିଂହପୁର: ସମ୍ପ୍ରତି ସମଗ୍ର ବିଶ୍ୱରେ କରୋନା ମହାମାରିର ଭୂତାଣୁ ତାର କାୟା ବିସ୍ତାର କରିଥିବା ବେଳେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ପ୍ରତିଟି ମଣିଷ ନିଜ ନିଜର ବାସ ଗୃହରେ ରହି ମାକ୍ସ ପିନ୍ଧିବା ସହିତ ସାନିଟାଇଜରରେ ରହିବା ଦ୍ୱାରା ହିଁ ଏହି ମହାମାରିକୁ ପ୍ରତିହତ କରିପାରିବା ।  ଯେଉମାନେ ମାନବ ସେବା ହିଁ ମାଧବ ସେବା ଏହି ପବିତ୍ର ମନ୍ତ୍ରକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରି ଏହି କରୋନା ମାହାମାରି ଯୁଦ୍ଧର ଅଗ୍ରଣୀ ସୈନିକ ଭାବରେ ନିଜକୁ ଉତ୍ସର୍ଗ ଓ ସର୍ମପିତ କରି ଦିନରାତି ଏହି ସେବାରେ ନିଜକୁ ଏକ କରିଦେଇଛନ୍ତି ।
ସେହି ଭଳି ଜଣେ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ପୁରୁଖା ରାଜନେତା ତଥା ପ୍ରାକୃତିକ ବିପର୍ଯ୍ୟୟ ଓ ର୍ଦୁଦିନର ବନ୍ଧୁ ବୋରିକିନା ନିକଟସ୍ଥ ତିତିରା ଗ୍ରାମର ସଂଜୟ ମହାନ୍ତି । ଜଣେ ସର୍ମପିତ ଓ ଦୃଢ ପ୍ରତିଜ୍ଞ ସାଧକ ହିସାବରେ ଅନ୍ୟତମ ।
ସେ ଦୃଢକ୍ତି ପ୍ରକାଶ କରି କହନ୍ତି ବ୍ୟାପକ ଜନସଚେତନତା ଦ୍ୱାରା ମାନବ ସମାଜରେ କରୋନା ହାରିବ ମଣିଷ ଜାତି ଜିତିବ ଏବଂ ତାଙ୍କର ନିଷ୍ଟାପର କଥା ସର୍ମପିତ ସେବା ପାଇଁ ସେ ସମଗ୍ର ଅଂଚଳରେ ସାଧାରଣ ମଣିଷର ଆଶା ଭରସାର କେନ୍ଦ୍ର ପାଲଟିଛନ୍ତି ।
ଜଣେ ଦରଦୀ ତଥା ଲୋକ ପ୍ରିୟ ନେତା ହିସାବରେ ସେ ବାଲିକୁଦା-ଏରସମା ଅଂଚଳ ସହିତ ଉପକୂଳବର୍ତୀ ଜଗତସିଂହପୁର ଜଲାରେ ଏକ ଚର୍ଚ୍ଚିତ ନାମଟିଏ ।
ତାଙ୍କର କିଛି ସମର୍ଥକଙ୍କୁ ଧରି ଦୀର୍ଘ ୧ ମାସ ହେବ ନିଜ ଜନ୍ମ ମାଟି ତିତିରା ବୋରିକିନା ଅଂଚଳ ସହିତ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ପ୍ରାୟ ୧ଶହ ଗ୍ରାମରେ ମହାମାରି କରୋନା ସଚେତନତାର ବାର୍ତା ବାଂଟିବା ସହିତ ହଜାର ହଜାର ସଂଖ୍ୟାରେ ମାକ୍ସ ,ସାବୁନ, ରୁମାଲ, ସାନିଟାଇଜର ଓ ହୋମିଓପାଥିକ ଔଷଧ ବଂଟନ କରି ସମସ୍ତେ ସଚେତନ ରହିବାକୁ ସବୁ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ନିବେଦନ କରୁଥିବା ତାଙ୍କର ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଲକଡାଉନ ଦିନଠାରୁ ସେ ବିଭିନ୍ନ ଗ୍ରାମ ମାନଙ୍କ ରେ ରନ୍ଧା ଓ ସୁଖିଲା ଖାଦ୍ୟ ନିଜେ ନିଜ ହାତରେ ପରିବେଷଣ କରି ସମସ୍ତଙ୍କର ଅତି ଆପଣାର  ହୋଇପାରିଛନ୍ତି ।
କରୋନା ବିରୋଧି ସଂଗ୍ରାମରେ ତାଙ୍କୁ ଜଣେ ସଫଳ ସାରଥି ଭାବରେ ବାଲିକୁଦା-ଏରସମା ଅଂଚଳର ବିଭିନ୍ନ ବର୍ଗର ଜନସାଧାରଣ ତାଙ୍କର ଏହି କାର୍ଯ୍ୟକ୍ରମକୁ ଅନେକ ଲୋକ ପ୍ରଶଂସା କରିଛନ୍ତି ।
Leave A Reply

Your email address will not be published.