Latest Odisha News

BREAKING NEWS

କେରଳର କେତେକ ଜିଲ୍ଲାରେ ଆସନ୍ତାକାଲିଠୁ ହେବ ଲକ୍‌ଡାଉନ କଟକଣା କୋହଳ

ଥିରୁଅନନ୍ତପୁରମ୍ : ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ କଟକଣା କୋହଳ କରିବାକୁ ଯାଉଛି କେରଳ । କେରଳ ସରକାର କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ୪ ଭାଗରେ ବିଭକ୍ତ କରିଛନ୍ତି । ଏଗୁଡିକ ହେଉଛି ରେଡ ଜୋନ, ଅରେଂଜ(ଏ) ଜୋନ୍‌, ଅଂରେଜ(ବି) ଜୋନ ଓ ଗ୍ରୀନ ଜୋନ ।

ରେଡ ଜୋନରେ ଥିବା ଜିଲ୍ଲାଗୁଡିକରେ ମେ ୩ ତାରିଖ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ । କେବଳ ଅତ୍ୟାବଶ୍ୟକ ଜିନିଷ ନେବା ଆଣିବା ପାଇଁ କେବଳ ଦୁଇଟି ପ୍ରବେଶ ପଥ ଓ ଦୁଇଟି ପ୍ରସ୍ଥାନ ପଥ ଖୋଲାରହିବ ।

ଅଂରେଜ ଏ ଜୋନରେ ଥିବା ଜିଲ୍ଲାଗୁଡିରେ ଏପ୍ରିଲ ୨୪ ତାରିଖ ଯାଏଁ ଲକଡାଉନ କଟକଣା ରହିବ । ଏହା ପରଠାରୁ ଧୀରେ ଧୀରେ କୋହଳ କରାଯିବ ।

ଅରେଂଜ (ବି) ଜୋନରେ ଥିବା ଜିଲ୍ଲାଗୁଡିକରେ ଆସନ୍ତାକାଲିଠୁ କଟକଣା କୋହଳ କରାଯିବ ।
କୋଟୟମ ଓ ଇଡୁକି ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଥିବା ବେଳେ ଏହି ଜିଲ୍ଲାଗୁଡିକରୁ କୋଭିଡ ପଜିଟିଭ ରୋଗୀ ଚିହ୍ନଟ ହୋଇନାହାନ୍ତି । ତେଣୁ ଆସନ୍ତାକାଲିଠାରୁ କୋହଳ ହେବ ଲକ୍‌ଡାଉନ ନିୟମ ।

ତେବେ ଗ୍ରୀନ ଜୋନରେ ଅଧ୍ଖଳ ଲୋକ ଏକାଠି ହେବା, ଶିକ୍ଷାନୁଷ୍ଠାନ ଚାଲୁ କରିବା, ଧର୍ମାନୁଷ୍ଠାନରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବା ଓ ଜିଲ୍ଲା ବାହାରକୁ ଯିବା ଉପରେ କଟକଣା ଲଗାଯାଇଛି । ବିବାହ ଆୟୋଜିତ ହେଉଥିଲେ ସେଥିରେ ୨୦ରୁ ଅଧିକ ଲୋକ ସାମିଲ ନ ହେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଲକ୍‌ଡାଉନ କୋହଳ ହେବା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ନିୟମ ରଖାଯାଇଛି । ଯାନବାହାନ ଚଳାଚଳ ନେଇ ଯୁଗ୍ମ ଓ ଅଯୁଗ୍ମ ନିୟମ ଲାଗୁ ହେବ ।

ହୋଟେଲ ଏବଂ ରେଷ୍ଟୁରାଣ୍ଟ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ । ୮ଟା ଯାଏଁ ଲୋକେ ପାର୍ସଲ ନେଇପାରିବେ । ୫୦ରୁ ୬୦ କିଲୋମିଟର ଭିତରେ ବସ୍ ଚଳାଚଳ କରିପାରିବ । କିନ୍ତୁ ଯାତ୍ରୀମାନେ ମାସ୍କ ପିନ୍ଧିବା ଓ ସାନିଟାଇଜରରେ ହାତ ଧୋଇ ବସ୍ ଭିତରେ ପଶିବା ବାଧ୍ୟତାମୂଳକ । ଶନିବାର ଓ ରବିବାର ବାରିକ ଦୋକାନ ଖୋଲା ରହିବ ।

ସରକାରୀ ଅଫିସଗୁଡିକ ଖୋଲା ରହୁଥିବା ବେଳେ କର୍ମଚାରୀଙ୍କୁ ଶନିବାର ଓ ରବିବାର ଛୁଟି ଦିଆଯିବ ।

Leave A Reply

Your email address will not be published.