ଗଞ୍ଜାମ: ଆସନ୍ତାକାଲିଠାରୁ ଗଂଜାମରେ କୋହଳ ହେବ କଟକଣା । ଏନେଇ ଗଂଜମା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣାକୁ କୋହଳ କରାଯିବ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ ଥିଲେ ଲୋକେ ବାହାରକୁ ବାହାରିବେ । ଏଥିସହ ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଥିଲେ କିମ୍ବା ବିନା କାରଣରେ ଘରୁ ବାହାରିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହିପରି ଆସନ୍ତାକାଲିଠୁ ଦୋକାନ ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ । ଦିନ ରାତି ଦୋକାନ ଖୋଲା ରହିବ । ଔଷଧ, ସାର, ଗ୍ରୋସରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ବୁଲା ବିକାଳି ବିକ୍ରି କରିପାରିବେ ନାହିଁ ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ । ଏଥିସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛଇ । ଯେଉଁ ଦୋକାନୀ ସାମାଜିକ ଦୂରତା ନରଖିବେ ସେହି ଦୋକାନକୁ ବନ୍ଦ କରିଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
BREAKING NEWS
- ବିମାନ ବାତିଲ ଘଟଣାରେ ଯାତ୍ରୀଙ୍କୁ ମିଳିଛି କ୍ଷତିପୂରଣ; ସ୍ପଷ୍ଟ କଲା ଇଣ୍ଡିଗୋ
- Arms Trafficking:ବିହାରରୁ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି ପାଇଁ ଚାଲିଥିଲା ଯୋଜନା;ବନ୍ଧା ହେଲା ବେପାରୀ
- Arvind Mohapatra ‘s Reaction: ଦଳରୁ ବିଦା ହେବା ପରେ ବର୍ଷିଲେ ଅରବିନ୍ଦ; କହିଲେ, ‘ କିଛି ଭୁଲ୍ ନକରି…ଏବେବି ଅଛି ପାଟକୁରା ବିଧାୟକ…’
- DA Case: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ଏସିଏଫଙ୍କୁ ଦଣ୍ଡାଦେଶ; ୧ ଲକ୍ଷ ଜୋରିମାନା, ୩ ବର୍ଷ…
- BMC Election Results: ମହାରାଷ୍ଟ୍ରର ଅଧିକାଂଶ ନଗର ନିଗମରେ ବିଜେପି ଆଗୁଆ, ଘୋର ସଙ୍କଟରେ ବିରୋଧୀ ଦଳ…
- Dog Viral Video Bijnor: ନଖାଇ ନପିଇ ଭଗବାନଙ୍କ ପରିକ୍ରମା କରୁଛି କୁକୁର, ପୂଜିଲେ ଲୋକେ…ଭାଇରାଲ ହେଉଛି ଭିଡ଼ିଓ…
- ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ
- Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ
- ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…
- ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ
Comments are closed.