Latest Odisha News

BREAKING NEWS

ଲକଡାଉନ୪.୦: କେନ୍ଦ୍ର କହିଲା, କଟକଣା କମ୍ କରିପାରିବେନି ରାଜ୍ୟ

ନୂଆଦିଲ୍ଲୀ:ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ୪.୦ । ଏହି ଚତୁର୍ଥ ପର୍ଯ୍ୟାଳୟ ତାଲାବନ୍ଦରେ କେନ୍ଦ୍ର ରାଜ୍ୟକୁ ଅଧିକରୁ ଅଧିକ ଅଧିକାର ଦେଇଛି । ହେଲେ ରାଜ୍ୟ ମନଇଚ୍ଛା ନିଷ୍ପତ୍ତି ନେଇପାରିବେ ନାହିଁ । ରାଜ୍ୟ ସରକାର ଏକ ସୀମା ଭିତରେ ହିଁ ନିଷ୍ପତ୍ତି ନେଇ ପାରିବେ । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ଏନେଇ ପତ୍ର ଲେଖିଛି ।

ପତ୍ରରେ ରାଜ୍ୟଙ୍କୁ କେନ୍ଦ୍ରର ଗାଇଡଲାଇନ୍ କଥା ମନେ ପକାଇ ଦିଆଯାଇଛି । ଲକଡାଉନର ରିହାତି ଦିଆଯାଇଛି ସତ କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡଲାଇନ୍ସକୁ ଏଡାଇ ରାଜ୍ୟ ସରକାର କଟକଣା କମ କରିପାରିବେ ନାହିଁ । ରାଜ୍ୟ ଚାହିଁଲେ ଅଲଗା କିଛି ପ୍ରତିବନ୍ଧକ ଲାଗୁ କରିପାରିବେ କିନ୍ତୁ ପ୍ରତିବନ୍ଧକକୁ କମ କରିପାରିବେ ନାହିଁ ବୋଲି କେନ୍ଦ୍ର କହିଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ରବିବାର ଦିନ ମେ’ ୩୧ ପର‌୍ୟ୍ୟନ୍ତ ଲକଡାଉନକୁ ବଢାଇ ଦେଇଛନ୍ତି । ଲକଡାଉନ୍ ୪.୦ରେ ରାଜ୍ୟ ସରକାର ନିଜ ହିସାବରେ ଦୋକାନ ଖୋଲିବା ସହ ଅନ୍ୟ ଗତିବିଧି ଉପରେ ନିର୍ଣ୍ଣୟ ନେଇ ପାରିବେ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ଦ୍ୱାରା ଜାରି ଗାଇଡଲାଇନର ବିରୋଧାଚରଣ କରି କୌଣସି ପ୍ରତିବନ୍ଧକ ହଟାଇ ପାରିବେ ନାହିଁ । ଅର୍ଥାତ ରାଜ୍ୟଙ୍କୁ କେନ୍ଦ୍ର ଗାଇଡଲାଇନ୍ ମାନିବାକୁ ପଡିବ ବୋଲି କୁହାଯାଇଛି ।

Comments are closed.