Latest Odisha News

BREAKING NEWS

ପଞ୍ଜାବ କିଙ୍ଗସକୁ ଶକ୍ତ ଧକ୍କା, ଆଇପିଏଲରୁ ଓହରିଲେ ଫର୍ଗ୍ୟୁଶନ

ଚଣ୍ଡୀଗଡ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଲକି ଫର୍ଗ୍ୟୁଶନ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ପଞ୍ଜାବ କିଙ୍ଗସ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି । ବୋଲିଂ କୋଚ ଜେମ୍ସ ହୋପ୍ସ ମଧ୍ୟ ପୂର୍ବରୁ ଫର୍ଗ୍ୟୁଶନ ଆଘାତପ୍ରାପ୍ତ ହୋଇଛନ୍ତି ବୋଲି କହିଥିଲେ । ଅଳ୍ପ ଦିନ ମଧ୍ୟରେ ସେ ଫିଟ ହେବା ସମ୍ଭବପର ନ ଥିବାରୁ ଓହରି ଯାଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ମାତ୍ର ୨ଟି ବଲ ପକାଇବା ପରେ ପଡିଆ ଛାଡି ପଳାଇ ଯାଇଥିଲେ । ତାଙ୍କ ବାମ ଜଙ୍ଘ ମାଂସପେଶୀରେ ସମସ୍ୟା ଦେଖା ଦେଇଛି ।

ଫର୍ଗ୍ୟୁଶନ ପଞ୍ଜାବ ପକ୍ଷରୁ ୪ଟି ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ପଞ୍ଜାବ ତାଙ୍କ ସ୍ଥାନରେ ଏବେ ଅଷ୍ଟ୍ରେଲିଆର ପେସ ବୋଲର ଜାଭିୟର ୱାର୍ଟଲେଟ କିମ୍ବା ଆଫଗାନିସ୍ଥାନର ଅଲରାଉଣ୍ଡର ଅଜମତୁଲ୍ଲା ଓମରଜାଇଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇପାରେ । ଚଳିତ ସଂସ୍କରଣରେ ପଞ୍ଜାବ ମିଶ୍ରିତ ପ୍ରଦର୍ଶନ ଜାରୀ ରଖିଛି । ଦଳ ୫ଟି ମ୍ୟାଚରେ ୬ ପଂଏଟ ହାସଲ କରି ୬ଷ୍ଠ ସ୍ଥାନରେ ରହିଛି ।

Comments are closed.