ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହିତ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ଲୋକୋ ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।
ଅପରପକ୍ଷରେ ସୁରକ୍ଷାରେ ନିୟୋଜିତ ୪ ଜଣ ସିଆଇଏସଏଫ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବାରହାଟ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ରେଳବାଇ ପୋଲିସର ସୂଚନା ଅନୁଯାୟୀ, ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା। ଏହି ସମୟରେ ଅନ୍ୟ ଏକ ମାଲବାହୀ ଟ୍ରେନ୍ ସମାନ ଟ୍ରାକରେ ଆସିଯିବା ଯୋଗୁ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଲୋକୋ ପାଇଲଟ୍ ଅମ୍ବୁଜ ମାହାତୋ ଏବଂ ବିଏସ ମଲ୍ଲଙ୍କ ମୃତ୍ୟୁ ହୋଇଥିଲା। ଅମ୍ବୁଜ ମାହାତୋ ବୋକାରୋର ବାସିନ୍ଦା ହୋଇଥିଲା ବେଳେ ବିଏସ ମଲ୍ଲ ବଙ୍ଗଳାର ବାସିନ୍ଦା।
ତେବେ ସାହିବଗଞ୍ଜରେ ଧକ୍କା ହେବା ପରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Comments are closed.