Latest Odisha News

ବଢିଲା ଏନଡିଏ ଶକ୍ତି: ମେଣ୍ଟରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି  ଦଳ । ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରେ ସାମିଲ ହେଲା ଜେଡିଏସ । ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସକୁ ମାତ ଦେବା ପାଇଁ ଏନଡିଏରେ ସାମିଲ ହେଲା ଜେଡିଏସ । ଦିଲ୍ଲୀରେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଉପରେ ଚର୍ଚ୍ଚା ହୋଇଥିଲା ।

ଜେଡିଏସ ଏବଂ ବିଜେପି କର୍ଣ୍ଣାଟକରେ ଏକାଠି ଥିଲେ । ହେଲେ ଏଥର ବିଧାନସଭା ନିର୍ବାଚନରେ ବିଜେପି, ଜେଡିଏସ ଏବଂ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। ତେବେ ବିଧାନସଭା ନିର୍ବାଚନରେ ଜେଡିଏସକୁ ବଡ ଝଟକା ଲାଗିଥିଲା । ତେଣୁ ପୁଣିଥରେ ବିଜେପି ଏବଂ ଜେଡିଏସ କର୍ଣ୍ଣାଟକରେ ମିଶି ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଅମିତ ଶାହଙ୍କ ପରେ କୁମାର ସ୍ୱାମୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଥିଲେ । କୁମାରସ୍ୱାମୀଙ୍କ ସହ ଆଲୋଚନା ପରେ ନଡ୍ଡା ତାଙ୍କ ଏକ୍ସ ହାଣ୍ଡେଲରେ ଲେଖିଛନ୍ତି, କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ଏସ) ନେତା ଏଚଡି କୁମାରସ୍ୱାମୀଙ୍କ ସହ ସାକ୍ଷାତ କରିଥିଲି । କୁମାରସ୍ୱାମୀଙ୍କ ଦଳ ଆମର ବରିଷ୍ଠ ନେତା ଅମିତ ଶାହଙ୍କ ସମ୍ମୁଖରେ ଦଳରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆମେ ତାଙ୍କୁ ଦଳକୁ ସ୍ୱାଗତ କରୁଛୁ ।

Comments are closed.