Latest Odisha News

BREAKING NEWS

ଛାଡପତ୍ର ସେଟଲମେଂଟ ପାଇଁ ଦୁବାଇ ଶାସକ ପତ୍ନୀଙ୍କୁ ଦେବେ ୫୫୫୦ କୋଟି ଟଙ୍କା

ଦୁବାଇ: ଲଣ୍ଡନ ହାଇକୋର୍ଟ ଛାଡପତ୍ର ବୁଝାମଣା ବାବଦକୁ ଦୁବାଇ ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁନଙ୍କୁ ରେକର୍ଡ ଟଙ୍କା କ୍ଷତିପୂରଣ ଦେବାକୁ କହିଛନ୍ତି । ପୂର୍ବତନ ପତ୍ନୀ ହୟା ବିନ୍ନ ଅଲ ହୁସେନ ଏବଂ ୨ ପିଲାଙ୍କ ଚଳିବା ପାଇଁ ରଶିଦଙ୍କୁ ୫୫୦୦ କୋଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଶି ବଳରେ ସେ ଆଜୀବନ ସୁରକ୍ଷିତ ଭାବେ ଚଳିପାରିବେ ବୋଲି କୋର୍ଟ କହିଛନ୍ତି । ୩ ମାସ ମଧ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୨୫ କୋଟି ଦେବାକୁ ଶେଖଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସେମାନେ ବ୍ରିଟେନରେ ଥିବା ତାଙ୍କ ଅଟ୍ଟାଳିକା ମରାମ୍ମତ କରିପାରିବେ । ଏହା ପରେ ବକେୟା ଅର୍ଥ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଜୁନ ୨୦୧୯ରେ ଶେଖଙ୍କ ୬ଷ୍ଠ ପତ୍ନୀ ହୟା ତାଙ୍କ ପିଲାମାନଙ୍କ ସହ ଲୁଚି କରି ଜର୍ମାନୀ ପଳାଇଥିଲେ ଏବଂ ସେଠାରେ ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହୟା ଜଣେ ପୂର୍ବତନ ଅଲିମ୍ପିଆନ,ସମାଜସେବୀ, ଆଇଓସିର ପୂର୍ବତନ ସଦସ୍ୟ, ଅଶ୍ୱଚାଳନା ଫେଡେରେଶନର ସଭାପତି ଏବଂ ଜୋର୍ଡାନର ପ୍ରଥମ ମହିଳା ଭାବେ ଭାରୀ ଯାନ ଚଳାଇବା ଲାଇସେନ୍ସ ହାସଲ କରିଥିଲେ ।

Comments are closed.