ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ । ଭାଲେଣ୍ଟାଇନ୍ ଡ଼େ ଅବସରରେ କାନାଡ଼ାର ଏକ ଦମ୍ପତତ୍ତି ପାଣି ଭିତରେ ଲମ୍ବା ସମୟ ଧରି ଚୁମ୍ବନ ଦେଇ ଗିନିଜ ୱାର୍ଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି ।
କାନାଡାର ମାଇଲସ୍ କ୍ଲାଉଟିଅର୍ ଏବଂ ତାଙ୍କ ସ୍ତ୍ରୀ ବେଥ୍ ନେଲ୍ । ସେମାନେ ଦକ୍ଷିଣ ଆଫ୍ରିକାରେ ରୁହନ୍ତି । ତିନି ବର୍ଷ ତଳେ ପାଣି ଭିତରେ ଚୁମ୍ବନ ଦେଇ ରେକର୍ଡ଼ କରିବାକୁ ଉଭୟ ଚିନ୍ତା କଲେ । ସେ୍ଥିଲାଗି ଉଭୟ ଅଭ୍ୟାସ ଜାରି ରଖିଲେ । ତିନି ଥର ଉଦ୍ୟମ କରି ବିଫଳ ହେବା ପରେ ଏବେ ସେମାନେ ସଫଳ ହୋଇଛନ୍ତିି । କିଛି ଦିନତଳେ ସେମାନେ ମାଲଦୀପ ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ଏକ ରିସୋର୍ଟରେ ରହିଥିଲେ । ଏଠାରେ ପାଣି ଭିତରେ ଚୁମ୍ବନ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିସହିତ ଗିନିଜ ବୁକ୍ରେ ମଧ୍ୟ ନିଜ ନାମକୁ ସାମିଲ କରିପାରିଛନ୍ତି । ଉଭୟ ସୁଇମିଂ ପୁଲର ପାଣି ତଳେ ୪ ମିନିଟ୍ ୬ ସେକେଣ୍ଡ ପର୍ଯ୍ୟନ୍ତ ଚୁମ୍ବନ ଦେଇଥିଲେ । ପୂର୍ବରୁ ଏହି ରେକର୍ଡ ଇଟାଲୀର ଟିଭି ଶୋ ହୋଷ୍ଟ ଲୋ ଶୋ ଦେଙ୍କ ନାମରେ ଥିଲା, ଯିଏ ୩ ମିନିଟ୍ ୨୪ ସେକେଣ୍ଡ ପାଣି ଭିତରେ ଚୁମ୍ବନ ଦେଇଥିଲେ ।
Comments are closed.