Latest Odisha News

ସବୁଠୁ ଲମ୍ବା କେଶଥିବା କିଶୋର ଭାବେ ରେକର୍ଡ଼ କଲେ ଯୁବକ

ଉତ୍ତରପ୍ରଦେଶ: ସାଧାରଣତଃ ମୁଣ୍ଡରେ କେଶ ସବୁ ଝିଅଙ୍କର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସେଥିଲାଗି ସମସ୍ତେ ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି । ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ହେବା ସମ୍ଭବ ହୋଇ ନ ଥାଏ । ହେଲେ ଉତ୍ତର ପ୍ରଦେଶର ଜଣେ ୧୫ ବର୍ଷୀୟ ଯୁବକଙ୍କ କେଶକୁ ଦେଖିଲେ ଯେକେହି ଈର୍ଷା କରିବା ସ୍ୱଭାବିକ । କାରଣ ତାଙ୍କ କେଶ ଏତେ ଲମ୍ବା ଯେ, ପଛପଟୁ ଦେଖିଲେ ସେ ସୁନ୍ଦର କେଶ ଥିବା ଯୁବତୀ ଭଳି ଲାଗନ୍ତି । ଏହି ଲମ୍ବା ଓ ଘନ କେଶ ଯୋଗୁ ତାଙ୍କ ନାମ ଗିନିଜ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଛି ।

ଉତ୍ତରପ୍ରଦେଶର ସିଦକଦୀପ ସିଂ ଚହଲ । ସେ ଶିଖ୍ ସମ୍ପ୍ରଦାୟର । ଏହିଧର୍ମରେ ପୁରୁଷଙ୍କ କେଶ କାଟିବା ମନା । ତେଣୁ ସଦକଦୀପ କେଶ କାଟନ୍ତି ନାହିଁ । ଆଉ ତାଙ୍କ କେଶ ବି ଏତେ ଭଲ ଭାବେ ବଢେ ଯେ, ତାହା ତାଙ୍କ ଆଣ୍ଠୁରୁ ତଳ ପର୍ଯ୍ୟନ୍ତ ଲମ୍ବି ଗଲାଣି । ଯାହାକି ୧୪୭ ସେ.ମି ଲମ୍ବ ଅଟେ । ତେଣୁ ଗିନିଜ୍ ୱାର୍ଲଡ ରେକର୍ଡସ୍‌ରେ ସବୁଠାରୁ ଲମ୍ବା କେଶଥିବା କିଶୋରଭାବେ ସେ ସ୍ଥାନ ପାଇଛନ୍ତି । ସଦକଦୀପଙ୍କ ଲମ୍ବା କେଶର ଯତ୍ନ ତାଙ୍କ ମା’ ନିଅନ୍ତି ।

ସିଦକଦୀପଙ୍କ ମାଆ କୁହନ୍ତି, ମୋ ପୁଅର କେଶକୁ ମୁଁ ସପ୍ତାହରେ ଦୁଇଥର ସଫା କରିଥାଏ । କେଶକୁ କୁଣ୍ଡାଇବାରେ ମୋତେ ଏକ ଘଣ୍ଟା ସମୟ ଲାଗିଥାଏ । ପରେ ମୋ ପୁଅର କେଶକୁ ଗଣ୍ଠି କରି ପଗଡ଼ି ପିନ୍ଧାଇ ଦିଅନ୍ତି । ସଦକଦୀପଙ୍କ ପରିବାରର ଅନ୍ୟ କୌଣସି ପୁରୁଷଙ୍କର କେଶ ଏତେ ଲମ୍ବା ନୁହେଁ । ତେଣୁ ତାଙ୍କ କେଶକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ।

Comments are closed.