Latest Odisha News

ଜାତୀୟ ରାଜପଥରେ ବାଇକ ଆରୋହୀଙ୍କୁ ଗୁଳି କରି ଟଙ୍କା ଲୁଟ ଉଦ୍ୟମ  

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ବୁତ୍ତଙ୍କ ଦୌରାତ୍ମ୍ୟ। ଜାତୀୟ ରାଜପଥରେ ଦୁଇ ବାଇକ ଆରୋହୀଙ୍କୁ ଗୁଳି କରିବା ସହ ସେମାନଙ୍କ ଠାରୁ ଲୁଟ କରିବାକୁ ୮ କିଲୋମିଟର ଗୋଡାଇଛନ୍ତି ଲୁଟେରା । ଏଭଳି ଏକ ଲୋମ ଟାଙ୍କୁରା ଖବର ଆଡ଼ିଛି ବାଲେଶ୍ୱର ଜିଲ୍ଲାରୁ

ଖବର ଅନୁଯାୟୀ, ବାଲେଶ୍ଵର ସଦର ଥାନାଠାରୁ ଖନ୍ତାପଡା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଘଟଣା । ୨ ଜଣ ବ୍ୟକ୍ତି ବାଲେଶ୍ୱରରୁ ୨ ଲକ୍ଷ ଟଙ୍କା ଧରି ବାଇକରେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଖାନନଗର ନିକଟରେ ୨ ଦୁର୍ବୁତ୍ତ ଆଉଏକ ବାଇକରେ ଆସି ସେମାନଙ୍କୁ ଅଟକାଇବା ସହ ଗୁଳି ଚାଳନା କରିଥିଲେ ।

ଏହି ଗୁଳି ଜଣଙ୍କ ଠାରେ ବାଜିଥିବା ସତ୍ତ୍ୱେ ସେମାନେ ପ୍ରାଣ ବିକଳରେ ସେମାନେ ଗାଡି ଚଳାଇ ନିକଟସ୍ଥ ସେରଗଡ ଟୋଲଗେଟ୍ ପାଖରେ ପହଞ୍ଚି ଥିଲେ । ସେଠାରେ ଲୋକଙ୍କ ଉପସ୍ଥିତି ଯୋଗୁଁ ଦୁର୍ବୃତଙ୍କ ଲୁଟ ଉଦ୍ୟମ ବିଫଳ ହୋଇଥିବା ସୂଚନା।

ଅନ୍ୟପଟେ ଗୁଳି ବାଜିଥିବା ବ୍ୟକ୍ତିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.