Latest Odisha News

BREAKING NEWS

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ରାଜଗାଙ୍ଗପୁର: ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ବିଳମ୍ବିତ ରାତିରେ ସୁନା ଲୁଟ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ କେଜି ରୁପା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି।

ସୂଚନା ଅନୁସାରେ ରାଜଗାଙ୍ଗପୁର ସହରରେ ଥିବା ଭୋଲାରାମ ଜୁଏଲର୍ସରେ ଏପରି ଲୁଟ୍‌ ହୋଇଛି। ରାତି ଅଧରେ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରେ ପଶିଲେ ଲୁଟେରା। ଦୋକାନ ମାଲିକ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଲୁଟି ନେଲେ ୧୦ କେଜିରୁ ଅଧିକ ଚାନ୍ଦି ଅଳଙ୍କାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଅଧିକ। ସୁନା ଦୋକାନରୁ ଲୁଟ ପରେ ମୁଣ୍ଡରେ ହାତ ଦେଇଛନ୍ତି ଏହାର ମାଲିକ।

ମାତ୍ର ଲୁଟ୍‌ ହୋଇଥିବା ନେଇ ଖବର ପାଇ ଆଜି ସକାଳେ ପହଞ୍ଚିଥିଲେ। ପୋଲିସ୍‌ ପହଞ୍ଚି ଛାନଭିନ ଆରମ୍ଭ କରିବାରୁ ଆଜବେଷ୍ଟସ ଭାଙ୍ଗି ଲୁଟେରାମାନେ ୭ ଲକ୍ଷର ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାମାନଙ୍କ ପତ୍ତା ମିଳି ପାରି ନାହିଁ।

 

Leave A Reply

Your email address will not be published.