Latest Odisha News

BREAKING NEWS

ଲକଡାଉନ୍ ରାତିରେ ମାତିଲେ ଲୁଟେରା: ମନ୍ଦିରରୁ ରୁପା ମୁକୁଟ ଓ ଟଙ୍କା ନେଇ ଛୁ

ଯାଜପୁର: ଲକଡାଉନ୍ ରାତିରେ ସବୁଆଡ଼େ ଶୂନଶାନ । ଏହାର ଫାଇଦା ନେଇ ମନ୍ଦିରରୁ ଲୁଟ୍ । ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତ ରୁପା ମୁକୁଟ ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମନ୍ଦିର ଗେଟ୍ ଭାଙ୍ଗି ରୁପା ମୁକୁଟ, ହୁଣ୍ଡି ବାକ୍ସରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଫେରାର୍ ହୋଇ ଯାଇଛନ୍ତି ।

ଆଜି ସକାଳୁ ପୂଜାରୀ ଆସି ଦେଖିବା ବେଳେ ମନ୍ଦିର ମୁଖ୍ୟ ଫାଟକ ଗେଟର ତାଲା ଭଙ୍ଗା ଯାଇଛି । ଭିତରୁ ଜିନିଷ ଲୁଟ୍ ହୋଇଛି । ଏନେଇ ପୂଜାରୀ ବାଲିଚନ୍ଦ୍ରପୁର ଥାନାକୁ ଖବର ଦେଇଥିଲେ । ସନ୍ଧାନୀ କୁକୁର ସହାୟତାରେ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଛି । ଅଭିଯୁକ୍ତଙ୍କୁ କାବୁ କରିବାକୁ ଜାରି ରହିଛି ତନାଘନା ତଦନ୍ତ ।

Leave A Reply

Your email address will not be published.