Latest Odisha News

ବନ୍ଧୁକ ମୁନରେ ଲୁଟ୍, ନେଇଗଲେ ବହୁ ମୂଲ୍ୟ ସୁନା ଅଳଙ୍କାର

ରାଉରକେଲା: ରାଉରକେଲାରେ ମାତିଛନ୍ତି ଲୁଟେରା । ସହରର ଆମ୍ବେଦକର ଛକରେ ଏକ ଗହଣା ଦୋକାନରୁ ହୋଇଛି ଲୁଟ୍ । ଜଣେ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୫୦ ହଜାର ଟଙ୍କାର ସୁନା ନେଇଗଲେ ଲୁଟେରା ।

ଖବର ମୁତାବକ, ଜଣେ ସୁନା ଦୋକାନୀ ଦୋକାନ ବନ୍ଦ କରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ମାରିଦେବାର ଧମକ ଦେଇଥିଲେ । ଏହାପରେ ଦୋକାନୀଙ୍କ ନିକଟରୁ ସମସ୍ତ ସୁନା ଗହଣା ଛଡାଇ ନେଇଥିଲେ । ଉକ୍ତ ଗହଣାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ।

ଏନେଇ ଦୋକାନୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ତଦନ୍ତ କରି ଜଣେ ଲୁଟେରାକୁ ଧରିବାରେ ସଫଳ ହୋଇଛି ଅନ୍ୟ ଜଣଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରିଖିଛି ପୋଲିସ ।

Comments are closed.