ବାଲେଶ୍ବର :ବାଲେଶ୍ବର ଜିଲ୍ଲା ସକ୍ରିୟ ଲୁଟେରା ଗ୍ୟାଙ୍ଗ୍ । ଏଟିଏମ୍ ଠାରୁ ୩୦ କିଲୋମିଟର ଦୂରରେ ଏକ ଫାଣ୍ଡି ରହିଛି । ତଥାପି ନିର୍ଭୟରେ ଆସି ଗ୍ୟାସ୍ କଟରରେ ଏଟିଏମ କାଟିଲେ ଏବଂ ଟଙ୍କା ଲୁଟି ନେଇଗଲେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ । ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ।
ଦୁର୍ବୃତ୍ତମାନେ ଏଟିଏମକୁ ସମ୍ପୂର୍ଣ୍ଣ ଭାବେ କାଟି ଟଙ୍କା ଲୁଟି ନେଇଛନ୍ତି । ହେଲେ ପାଖରେ ଫାଣ୍ଡି ଥାଇବି କେହି ଘଟଣା ସମ୍ପର୍କରେ ଜାଣିପାରିନଥିଲା । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଛି । ଗତକାଲି ଏଟିଏମରେ ୧୮ଲକ୍ଷ ୩୬ହଜାର ଟଙ୍କା ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବାବେଳେ ପାଖରେ ଫାଣ୍ଡି ଥାଇ କିଭଳି ଏପରି ଘଟଣା ଘଟିଲା , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.