Latest Odisha News

BREAKING NEWS

ଲକ୍ ଡାଉନରେ ଲୁଟ୍ ପାଟ

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଲୁଟ୍ । ଦିନ ଦିପହରରେ ବି ଚାଲିଛି ଲୁଟ୍ ପାଟ । ଲକ୍ ଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବହୁ ଲୁଟ ପାଟ ହେଉଥିବା ଅଭିଯୋଗ ହୋଇଛି । କିଛି ଦିନ ବ୍ୟବଧାନରେ ଏବେ ପୁଣି ସେକ୍ଟର -୨୧ ଅଞ୍ଚଳରେ ଚୋରି । ସେଠାରେ ଥିବା ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟାଳୟରେ ଚୋର ମୁଖ୍ୟ ଗେଟ୍ ଭାଙ୍ଗି ଲୁଟ କରିଛି । କାର୍ଯ୍ୟାଳୟରେ ଥିବା ଜଣେ କର୍ମଚାରୀଙ୍କର ୧୬ହଜାର ଟଙ୍କା ସାଇକେଲ ସହ ଆଉ କିଛି ଜିନିଷ ଚୋରି କରି ନେଇଛନ୍ତି ଲୁଟେରା ।

ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବହୁବାର ଚୋରି ହୋଇଛି । ଆଖପାଖରେ ଚୋରି ହେବା ସହିତ ସେହି କାର୍ଯ୍ୟାଳୟରୁ କିଛି ଲାପଟପ୍ ସହ ବହୁ ଜରୁରୀ କାଗଜପତ୍ର ମଧ୍ୟ ଚୋରି ହୋଇଥିଲା । ଘଟଣା ନେଇ ପୂର୍ବରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଣି ସେହି ଅଞ୍ଚଳରେ ଚୋରି ନେଇ ଚର୍ଚ୍ଚା ହୋଇଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି । …

Leave A Reply

Your email address will not be published.