Latest Odisha News

BREAKING NEWS

ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ : ପୁରୀ ପୋଲିସକୁ ସଫଳତା । ମୋବାଇଲ ଲୁଟ କରୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଟାଉନଥାନା ଓ ସମୁଦ୍ରକୂଳ ଥାନା ପୋଲିସର ମିଳିତ ଟିମ ୪ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି  । ଗିରଫ ଅଭିଯୁକ୍ତ ହେଲେ ଦୋଳମଣ୍ଡପ ସାହିର ଆଶୀର୍ବାଦ ଦାଶ, ବଡୁମହାପାତ୍ର ଯାଗାର ସୋନୁ ଓରଫ ଦାଢ଼ି ବିଶ୍ୱାଳ, ନରେନ୍ଦ୍ରକୋଣର ରୋହିତ ପ୍ରଧାନ ଏବଂ ପିପିଲି ପାଇକପଡାର ସଦାଶିବ ବେହେରା ।

ଆଜି ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡ଼ିଏସପି ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଅଭିଯୁକ୍ତଙ୍କ ନାଁରେ ଥାନାରେ କୌଣସି ମାମଲା ନଥିଲା । ପଇସା ରୋଜଗାର କରିବା ନିଶାରେ ଏମାନେ ଅପରାଧ ଦୁନିଆକୁ ପାଦ ଦେଇଥିବା ବେଳେ ପୁରୀ ପୁଲିସ ଏନେଇ ଅଧିକ ଛାନବିନ୍ ଆରମ୍ଭ କରିଛି

Leave A Reply

Your email address will not be published.