Latest Odisha News

BREAKING NEWS

ଆସନ୍ତୁ ଜାଣିବା ଗଣେଶଙ୍କ ବିବାହ ସମ୍ପର୍କରେ

ପୁରୀ: ରାତି ପାହିଲେ ଗଣେଶ ଚତୁର୍ଥୀ । ଆସନ୍ତୁ ଜାଣିବା ଏହି ଅବସରରେ ବିଘ୍ନନାଶକଙ୍କ ବିବାହ ସମ୍ପର୍କରେ । ଶିବ ଓ ପାର୍ବତୀଙ୍କ ପୁତ୍ର ଗଣେଶଙ୍କର ହାତୀ ମୁହଁ ହୋଇଥିବାରୁ ତାଙ୍କୁ କନ୍ୟା ଦେବାକୁ କେହି ରାଜି ହେଉ ନ ଥିଲେ । ଯାହା ଫଳରେ ଗଣେଶ ସର୍ବଦା ମନ ଦୁଃଖରେ ରହୁଥିଲେ । ଧିରେ ଧିରେ ସେ ଅନ୍ୟମାନଙ୍କ ବିବାହ ଉତ୍ସବରେ ଯିବା ବନ୍ଦ କରି ଦେଇଥିଲେ । ତାଙ୍କ ମନରେ କ୍ରୋଧ ଜାତ ହେଲା ଫଳସ୍ୱରୂପ ଅନ୍ୟ ଦେବଦେବୀଙ୍କ ବିବାହ କାର୍ଯ୍ୟରେ ବିଘ୍ନ ସୃଷ୍ଟି ହେବାକୁ ଲାଗିଲା । ସମସ୍ତେ ସମସ୍ୟା ନେଇ ବ୍ରହ୍ମାଙ୍କ ପାଖରେ ପଂହଚିଲେ । ବହୁତ ଚିନ୍ତା କରିବା ପରେ ବ୍ରହ୍ମା ଦୁଇଟି କନ୍ୟା ରିଦ୍ଧି ଓ ସିଦ୍ଧି ସୃଷ୍ଟି କଲେ । ସେମାନଙ୍କୁ ବ୍ରହ୍ମାଙ୍କ ମାନସପୁତ୍ରୀ କୁହାଯାଏ ।

ରିଦ୍ଧି ଓ ସିଦ୍ଧିଙ୍କୁ ପାଠ ପଢ଼ାଇବା ପାଇଁ ଗଣେଶଙ୍କ ପାଖକୁ ବ୍ରହ୍ମା ନେଇ କରି ଗଲେ । ସେମାନଙ୍କୁ ପାଠ ପଢ଼ାଇବାରେ ଗଣେଶ ବ୍ୟସ୍ତ ରହିଥିଲେ । ଫଳରେ ଅନ୍ୟମାନଙ୍କ ବିବାହ କାର୍ଯ୍ୟରେ ଆଉ ବିଘ୍ନ ସୃଷ୍ଟି ହେଲା ନାହିଁ । ପରେ ଯେତେବେଳେ ଗଣେଶ ମୂଷିକଠାରୁ ଏହି କଥା ଜାଣିଲେ ସେ ରାଗିଗଲେ । ତେବେ ବ୍ରହ୍ମା ତାଙ୍କୁ ବୁଝା ସୁଝା କରିବା ସହ ରିଦ୍ଧି ଓ ସିଦ୍ଧିଙ୍କ ବିବାହ ଗଜାନନଙ୍କ ସହିତ କରାଇ ଦେଲେ । କେତେକ ପୌରାଣିକ କଥା ଅନୁସାରେ ତାଙ୍କର ଦୁଇଟି ପୁତ୍ର ହେଲେ ଓ ସେମାନଙ୍କ ନାମ ଶୁଭ ଓ ଲାଭ ।

Leave A Reply

Your email address will not be published.