ନୂଆଦିଲ୍ଲୀ: ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଥାଏ ତେବେ ଚିନ୍ତା କରନ୍ତୁ ନାହିଁ । ଅତି ସହଜରେ ଆପଣ ଆଉଗୋଟେ ପ୍ୟାନ କାର୍ଡ ତିଆରି କରିପାରିବେ । ଏହା ସହିତ ପ୍ୟାନ କାର୍ଡ ହଜିଗଲେ କୌଣସି ଫର୍ଜରିରୁ ବଞ୍ଚିବା ପାଇଁ ଥାନାରେ ଏଫଆଇଆର ମଧ୍ୟ ଦେଇପାରିବେ । ନିଶ୍ଚିତ ଭାବେ ଆପଣ ଏପରି ମାମଲା ବିଷୟରେ ଶୁଣିଥିବେ ଯେ, ଜଣେ ଠକ ବ୍ୟକ୍ତି ଆଉ ଜଣେ ଅଜଣା ବ୍ୟକ୍ତିଙ୍କ ନାଁରେ ଋଣ ନେଇ ଠକେଇ କରିଛି । ଯେଉଁ ବ୍ୟକ୍ତିଙ୍କ ସହ ଏହି ଠକେଇ ଘଟିଛି ସେ ବିଷୟରେ ଉକ୍ତ ବ୍ୟକ୍ତିଙ୍କୁ କୌଣସି ସୂଚନା ନଥାଏ । ଏହା ଦ୍ବାରା ପୀଡିତଙ୍କୁ ତାଙ୍କର କଷ୍ଟ ଉପାର୍ଜିତ ଟଙ୍କା ହରାଇବାକୁ ପଡିଥାଏ । ତେବେ ଏହି ଠକାମିର ଶିକାର ସେତିକିବେଳେ ଜଣେ ହୁଅନ୍ତି ଯେତବେଳେ, ଏକ ଠକ ତାଙ୍କ ପ୍ୟାନ କାର୍ଡର ସୂଚନା ବିଷୟରେ ଜାଣିଦେଇଥାଏ ।
ଯଦି ଆପଣଙ୍କ ପ୍ୟାନ କାର୍ଡ ହଜିଯାଏ ତେବେ କ’ଣ କରିବେ?
ଯଦି ଆପଣଙ୍କ ପ୍ୟାନ କାର୍ଡ କେବେ ହଜିଯାଏ, ତେବେ ତୁରନ୍ତ ଥାନାରେ ଏକ ଏଫଆଇଆର ଦିଅନ୍ତୁ । ଏହା ସହିତ, ସେହି ଏଫଆଇରର ଗୋଟେ କପି ଆପଣଙ୍କ ପାଖରେ ରଖନ୍ତୁ । ଏହା ଦ୍ବାରା ଯଦି ଆପଣଙ୍କର ପ୍ୟାନ କାର୍ଡ ଜଣେ ଠକ ହାତରେ ପଡିଯାଏ ଓ ସେ ତାର ଖରାପ ବ୍ୟବାହର କରେ ତେବେ ଆପଣ ଦାୟୀ ରହିବେ ନାହିଁ ଏବଂ କ୍ଷତିପୂରଣ ଇତ୍ୟାଦି ଆବେଦନ କରିବା ଆପଣଙ୍କ ପାଇଁ ସହଜ ହେବ ।
ଯଦି ଆପଣଙ୍କର ପ୍ୟାନ କାର୍ଡ ହଜିଯାଏ, ତେବେ ଏକ ନୂଆ ନମ୍ବର ନେବାର କୌଣସି ଆବଶ୍ୟକ ନାହିଁ । ଏହାର ଡ୍ୟୁପ୍ଲିକେଟ ପ୍ୟାନ କାର୍ଡ ପାଇଁ ଆପଣ ସହଜରେ ଆବେଦନ କରିପାରିବେ । ଆଉ ସେହି ସମାନ ପୁରୁଣା ପ୍ୟାନ ନମ୍ବର ପାଇବେ ଯାହା ପୂର୍ବରୁ ଥିଲା ।
ଡ୍ୟୁପ୍ଲିକେଟ ପ୍ୟାନ କାର୍ଡ ପାଇଁ କିପରି ଆବେଦନ କରିବେ?
ଡ୍ୟୁପ୍ଲିକେଟ ପ୍ୟାନ ପାଇଁ ଆବେଦନ କରିବାକୁ, ଆପଣଙ୍କୁ ପ୍ରଥମେ ଟିଆଇଏନ-ଏନଏସଡିଏଲ (TIN-NSDL)ର ଅଫିସିଆଲ ୱେବସାଇଟ ଭିଜିଟ କରିବାକୁ ପଡିବ ।
ଏହା ପରେ ଆପଣଙ୍କୁ ଡ୍ରପଡାଉନ ମେନୁକୁ ଯାଇ ଆପ୍ଲିକେସନ ଟାଇପକୁ ଚୟନ କରିବାକୁ ପଡିବ । ତା’ପରେ ଆପଣଙ୍କୁ ପ୍ୟାନରେ ସଂଶୋଧନ ବିକଳ୍ପ ବାଛିବାକୁ ପଡିବ ।
ଏହାପରେ ଡ୍ରପଡାଉନ୍ ମେନୁରେ କ୍ୟାଟାଗୋରୀକୁ ଚୟନ କରିବାକୁ ପଡିବ ।
ତା’ପରେ ନାମ, ଜନ୍ମ ତାରିଖ, ଇମେଲ ଠିକଣା ଏବଂ ମୋବାଇଲ୍ ନମ୍ବର ଦେବାକୁ ହେବ ।
ଏହା ପରେ କ୍ୟାପଚା ପୁରଣ କରି ସବମିଟ ଉପରେ କ୍ଲିକ୍ କରିବାକୁ ହେବ ।
ତାପରେ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା ବଟନ ଉପରେ କ୍ଲିକ କରିବାକୁ ପଡିବ ଏବଂ ଟୋକନ ନମ୍ବର ପ୍ୟାନ ରିପ୍ରିଣ୍ଟ ପାଇଁ ଦିଆଯାଇଥିବା ଇମେଲ ଠିକଣାରେ ପହଞ୍ଚିଯିବ ।
ବର୍ତ୍ତମାନ ଆପଣଙ୍କ ସ୍କ୍ରିନରେ ଏକ ନୂତନ ପୃଷ୍ଠା ଖୋଲିବ ଏବଂ ଏଠାରେ ଆପଣଙ୍କୁ ପ୍ୟାନ୍ ଆବେଦନ ଦାଖଲ କରିବାକୁ ପଡିବ । ଦିଆଯାଇଥିବା ତିନୋଟି ବିକଳ୍ପ ମଧ୍ୟରୁ ଆପଣଙ୍କୁଇ-କେଓ୍ବାଇସି (E-KYC) ଏବଂ ଇ-ସାଇନ୍ ମାଧ୍ୟମରେ ଡିଜିଟାଲ୍ ଦାଖଲ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
ଏହାପରେ ଆପଣଙ୍କୁ ଯୋଗାଯୋଗ ବିବରଣୀ ଦେବାକୁ ପଡିବ ।
ତା’ପରେ ଏରିଆ କୋଡ୍, ଏଓ (AO) ପ୍ରକାର ଏବଂ ଅନ୍ୟାନ୍ୟ ସୂଚନା ଦେବାକୁ କରିବାକୁ ପଡିବ ।
ଏଠାରେ ଆପଣଙ୍କୁ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ ନାହିଁ, କାରଣ ସମସ୍ତ ତଥ୍ୟ ଆଧାର କାର୍ଡରୁ ନିଆଯିବ ।
ଆପଣଙ୍କ ସ୍କ୍ରିନରେ ଦେଖାଯାଉଥିବା ସୂଚନାକୁ ଥରେ ଯାଞ୍ଚ କରନ୍ତୁ ଏବଂ ପ୍ରୋସିଡ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଆପଣଙ୍କୁ ଦେୟ ଦେବାକୁ ପଡିବ । ଡେବିଟ୍, କ୍ରେଡିଟ୍ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆପଣ ଏହା କରିପାରିବେ ।
ଦେୟ ଦେବା ମାତ୍ରେ, କିଛି ସମୟ ପରେ ଏକ 15 ଅଙ୍କ ବିଶିଷ୍ଟ ଟୋକନ୍ ନମ୍ବର ଆସିବ, ଯାହା ସାହାଯ୍ୟରେ ଆପଣ ପ୍ୟାନ କାର୍ଡ ରିପ୍ରିଣ୍ଟକୁ ଟ୍ରାକ୍ କରିପାରିବ।
Comments are closed.