ଭୁବନେଶ୍ୱର: ମହାମାରୀ କରୋନା ଭୟରେ ସାରା ବିଶ୍ୱ ଭୟଭୀତ । ଏହି ଭାଇରସ ଯେପିର ରାଜ୍ୟରେ ସଂକ୍ରମିତ ନହେବ ସେଥିପ୍ରତି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଫିଲ୍ମ ହଲ୍, ସୁଇମିଂ ପୁଲ ଓ ଜିମ ପରେ ଏବେ ବାର୍ ଓ ପବ୍ରେ ଲାଗିଛି କରୋନା କଟକଣା ।କରୋନା ପାଇଁ ରାଜଧାନୀରେ ଥିବା ବାର୍ ଏବଂ ପବ୍ରେ ଲାଉଡ୍ ସ୍ପିକର ବଜାଇବା ମନା ହୋଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ସେହିପରି ମଲ ଗୁଡିକୁ ବନ୍ଦ କରା ନ ଯାଇଥିଲେ ମଧ୍ୟ ମଲ୍ ଭିତରକୁ କମ୍ ସଂଖ୍ୟକ ଲୋକେ ପ୍ରବେଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟାରେ ଲୋକ ମଲ୍ ଭିତରକୁ ଯାଆନ୍ତୁ ନାହିଁ । ଯଦି ଯାଉଛନ୍ତି ତେବେ ୬ ଫୁଟର ଦୂରତା ରଖିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । ଏଥିସହ ସାମଗ୍ରୀ ବିକ୍ରି ପାଇଁ କୌଣସି ପ୍ରମୋସନ ବ୍ୟବସ୍ଥା କରୁନ୍ତୁ ନାହିଁ । ମଲ୍ କର୍ମଚାରୀ ମାସ୍କ ପିନ୍ଧିବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି ।
BREAKING NEWS
- ଓଡ଼ିଶାରେ ପୁଣି ବଢ଼ିବ କି ଆଳୁ ସଂକଟ? ସୀମାରେ ଅଟକିଲା ଆଳୁ ଗାଡି
- ଆଇନଗତ ଭାବେ ଅଲଗା ହେଲେ ଐଶ୍ୱର୍ଯ୍ୟା-ଧନୁଷ, ଛାଡପତ୍ରକୁ ମଞ୍ଜୁର କଲେ କୋର୍ଟ
- ବାଂଲାଦେଶରେ ବ୍ୟାନ ହେବ ଇସ୍କନ୍! ହାଇକୋର୍ଟରେ ଆବେଦନ କଲେ ଆର୍ଟର୍ଣ୍ଣି ଜେନେରାଲ
- ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ, ୩ ଗୁରୁତର
- ଧନୁଯାତ୍ରା ପାଇଁ ହେବ ନୂତନ କଂସ ଚୟନ, ସ୍ଥିର ହେଲା ତାରିଖ
- ଆଜି ବାତ୍ୟାର ରୂପ ନେବ ‘ଫେଙ୍ଗାଲ’
- ଆସୁଛନ୍ତି ମୋଦୀ, ରାତିସାରା ରାଜଧାନୀରେ କଡା ଚେକିଂ
- ମାଣବସା ଗୁରୁବାର: ଜାଣନ୍ତୁ ଦେବୀଲକ୍ଷ୍ମୀଙ୍କର ଅନ୍ୟ ନାମ…
- ଶପଥ ନେବେ ହେମନ୍ତ ସୋରେନ, ହେବେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ
- ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ
Comments are closed.