ଭୁବନେଶ୍ୱର: ମହାମାରୀ କରୋନା ଭୟରେ ସାରା ବିଶ୍ୱ ଭୟଭୀତ । ଏହି ଭାଇରସ ଯେପିର ରାଜ୍ୟରେ ସଂକ୍ରମିତ ନହେବ ସେଥିପ୍ରତି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଫିଲ୍ମ ହଲ୍, ସୁଇମିଂ ପୁଲ ଓ ଜିମ ପରେ ଏବେ ବାର୍ ଓ ପବ୍ରେ ଲାଗିଛି କରୋନା କଟକଣା ।
କରୋନା ପାଇଁ ରାଜଧାନୀରେ ଥିବା ବାର୍ ଏବଂ ପବ୍ରେ ଲାଉଡ୍ ସ୍ପିକର ବଜାଇବା ମନା ହୋଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ସେହିପରି ମଲ ଗୁଡିକୁ ବନ୍ଦ କରା ନ ଯାଇଥିଲେ ମଧ୍ୟ ମଲ୍ ଭିତରକୁ କମ୍ ସଂଖ୍ୟକ ଲୋକେ ପ୍ରବେଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟାରେ ଲୋକ ମଲ୍ ଭିତରକୁ ଯାଆନ୍ତୁ ନାହିଁ । ଯଦି ଯାଉଛନ୍ତି ତେବେ ୬ ଫୁଟର ଦୂରତା ରଖିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । ଏଥିସହ ସାମଗ୍ରୀ ବିକ୍ରି ପାଇଁ କୌଣସି ପ୍ରମୋସନ ବ୍ୟବସ୍ଥା କରୁନ୍ତୁ ନାହିଁ । ମଲ୍ କର୍ମଚାରୀ ମାସ୍କ ପିନ୍ଧିବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି ।
BREAKING NEWS
- ଶାନ୍ତି ପ୍ରତିଷ୍ଠା ପାଇଁ ହୁତି ବିଦ୍ରୋହୀଙ୍କୁ ସାଉଦି ଆରବର ୧ ବିଲିୟନ ଡଲାରର ପ୍ରସ୍ତାବ
- ସମ୍ଭାବ୍ୟ ବାତ୍ୟା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ: ଗର୍ଭବତୀ ମହିଳାମାନଙ୍କୁ ‘ମା ଗୃହ’କୁ ଯିବା ପାଇଁ ସରକାରଙ୍କ ଅପିଲ୍
- କର୍କଟ ଔଷଧ ନାଁରେ ଚାଲିଛି ଲୁଟ୍ ଓ ଡକାୟତି: କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍
- ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ

Comments are closed.