ଭୁବନେଶ୍ୱର: ମହାମାରୀ କରୋନା ଭୟରେ ସାରା ବିଶ୍ୱ ଭୟଭୀତ । ଏହି ଭାଇରସ ଯେପିର ରାଜ୍ୟରେ ସଂକ୍ରମିତ ନହେବ ସେଥିପ୍ରତି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଫିଲ୍ମ ହଲ୍, ସୁଇମିଂ ପୁଲ ଓ ଜିମ ପରେ ଏବେ ବାର୍ ଓ ପବ୍ରେ ଲାଗିଛି କରୋନା କଟକଣା ।
କରୋନା ପାଇଁ ରାଜଧାନୀରେ ଥିବା ବାର୍ ଏବଂ ପବ୍ରେ ଲାଉଡ୍ ସ୍ପିକର ବଜାଇବା ମନା ହୋଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ସେହିପରି ମଲ ଗୁଡିକୁ ବନ୍ଦ କରା ନ ଯାଇଥିଲେ ମଧ୍ୟ ମଲ୍ ଭିତରକୁ କମ୍ ସଂଖ୍ୟକ ଲୋକେ ପ୍ରବେଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟାରେ ଲୋକ ମଲ୍ ଭିତରକୁ ଯାଆନ୍ତୁ ନାହିଁ । ଯଦି ଯାଉଛନ୍ତି ତେବେ ୬ ଫୁଟର ଦୂରତା ରଖିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି । ଏଥିସହ ସାମଗ୍ରୀ ବିକ୍ରି ପାଇଁ କୌଣସି ପ୍ରମୋସନ ବ୍ୟବସ୍ଥା କରୁନ୍ତୁ ନାହିଁ । ମଲ୍ କର୍ମଚାରୀ ମାସ୍କ ପିନ୍ଧିବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି ।
BREAKING NEWS
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ରୁଟ
- ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ
- ବିନା ଜ୍ୱରରେ ମଧ୍ୟ ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର ଲକ୍ଷଣ
- ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ
- ଅନଲାଇନ୍ ପେମେଣ୍ଟ କଲେ ମିଳିବ ଆଶ୍ୱସ୍ତି, ଘରେ କ୍ୟାସ୍ ଦେଲେ ଜୋମାଟୋ ନେବ ୫ ରୁ ୨୦ ଟଙ୍କା ଅତିରିକ୍ତ ଦେୟ
- ସୁପରହୀରୋ ହେବେ ଅମୀର
- ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ
- ଜଘନ୍ୟ ହତ୍ୟାକାଣ୍ଡ,୩ ଝିଅ ସହ ସ୍ତ୍ରୀଙ୍କୁ ପଥରରେ ଛେଚିଲା ସ୍ୱାମୀ
- ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ ବିଜୟ
- ଛାତ ଉପରେ ସୌର ପ୍ରକଳ୍ପ: ରକ୍ଷଣାବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

Comments are closed.