Latest Odisha News

BREAKING NEWS

୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର

ହେଡ଼ିଂ ପଢି ଟିକେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଏମିତି ଏକ ପ୍ରେମପତ୍ର ସୋସିଆଲ ମିଡ଼ିଆରେ ଏବେ ବେଶ୍ ଭାଇରାଲ ହୋଇଛି । ନିଜ ବିବାହରେ ଖୁସି ନ ଥିବା ଜଣେ ପ୍ରେମିକା ନିଜ ପ୍ରେମିକଙ୍କ ପାଖକୁ ୧୦ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର ପଠାଇଛନ୍ତି । ବିବାହ ମଣ୍ଡପରୁ ଉଠାଇ ନେବାକୁ ନିଜର ମନକଥାକୁ ନୋଟ୍‌ରେ ଲେଖି ପଠାଇଛନ୍ତି । ସାରା ବିଶ୍ୱରେ ଏବେ ଭାଲେଣ୍ଟାଇନ୍ ୱିକ୍ ପାଳନ ହେଉଥିବା ବେଳେ ଜଣେ ପ୍ରେମିକାଙ୍କ ଏପରିଏକ ପ୍ରେମପତ୍ରକୁ ନେଇ ବେଶ୍ ଚର୍ଚ୍ଚା ।

କୁସୁକ ନାମକ ଜଣେ ଯୁବତୀଙ୍କର ଆସନ୍ତା ଏପ୍ରିଲ ୨୬ ତାରିଖରେ ବିବାହ ଅନୁଷ୍ଠିତ ହେବ । କିନ୍ତୁ ନିଜ ବିବାହକୁ ନେଇ ଯୁବତୀ ଜଣକ ଖୁସି ନୁହଁନ୍ତି । ଏଥିପାଇଁ ବିବାହ ପୂର୍ବରୁ ସେ ନିଜର ପ୍ରେମିକ ବିଶାଲଙ୍କୁ ଏକ ୧୦ ଟଙ୍କିଆ ନୋଟ୍‌ରେ ପତ୍ର ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ବିଶାଲ ମୋ ବିବାହ ଏପ୍ରିଲ ୨୬ରେ । ମୋତେ ଉଠାଇ ନେଇ ଯାଅ । ମୁଁ ତୁମକୁ ବହୁତ ଭଲ ପାଏ । ଶେଷରେ ତୁମର କୁସୁମ ବୋଲି ଉଲ୍ଲେଖ କରିଛନ୍ତି । ଏହି ୧୦ ଟଙ୍କା ଅନ୍ୟ ଜଣକ ହାତରେ ପଡ଼ିବା ପରେ ସେ ଏହାର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡ଼ି ଦେଇଥିଲେ, ଯାହା ଏବେ ବେଶ୍ ଭାଇରାଲ ।

Comments are closed.