Latest Odisha News

ପ୍ରେମିକାକୁ ଉପହାର ପାଇଁ: ଚୋରି ଫୋନରେ ଥିବା ଆପ ଜରିଆରେ ନିଜ ଆକାଉଣ୍ଟକୁ ୧.୭ ଲକ୍ଷ ଟଙ୍କା ଟ୍ରାନସଫର କଲା ଯୁବକ

କୋରାପୁଟ: ନିଜ ପ୍ରେମ କେତେ ଗଭୀର ପ୍ରେମିକାକୁ ପ୍ରମାଣ ଦେବାକୁ ଜଣେ ପ୍ରେମିକ କ’ଣ କରିବା ଦରକାର । ଥରେ ଅନୁମାନ କରନ୍ତୁ କଣ କରିପାରିବେ । କିନ୍ତୁ କୋରାପୁଟ ସହରର ଜାନିଗୁଡାରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ହତବାକ କରିଛି । ଆଉ ପ୍ରେମ କରି ଏଭଳି ଉପହାର କେଉଁ ପ୍ରେମିକା ପ୍ରେମିକଠୁ ଗ୍ରହଣ କରିବ ତାହା ମଧ୍ୟ ଏବେ ବଡ ପ୍ରଶ୍ନ । ଘଟଣାଟି ଏମିତି କୋରାପୁଟ କୋଟପାଡରେ ଜମୁନାହାଣ୍ଡିର ଅପେନ୍ଦ୍ର ପାଣି ନାମକ ଯୁବକ ନିଜ ପ୍ରେମିକା ଘର ପାଖ ଏକ ଦୋକାନରୁ ମୋବାଇଲ ଚୋରି କରି ମାଲିକ (ଦୋକାନୀ)ର ବ୍ୟାଙ୍କ ଆକାଉଣ୍ଟରୁ ୧.୭ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରେମିକା ପାଇଁ ଉପହାର କିଣିବା ଉଦ୍ଦେଶ୍ୟରେ ଅପେନ୍ଦ୍ର ଏହି ଚୋରି କରିଥିଲା। ପୂର୍ବରୁ ସେ ଯେବେ ବି ପ୍ରେମିକାକୁ ଦେଖା କରିବା ପାଇଁ ଜାନିଗୁଡାକୁ ଆସେ ଏହି ସମୟରେ ବାରମ୍ବାର ଏହି ଦୋକାନକୁ ଆସୁଥିବାର ଅନୁମାନ କରାଯାଉଛି। ତେବେ ଆପେନ୍ଦ୍ର ବିଚକ୍ଷଣତାର ସହ ଦୋକାନ ମାଲିକଙ୍କ ଫୋନ୍ ପକେଟରେ ପୁରାଇ ଚୋରି କରିଥିଲା। ତେଣୁ ହଠାତ ସେ ଚୋରି କରିଥିବା ନେଇ କୌଣସି ସୁରାଗ ମିଳିନଥିଲା।

କୋରାପୁଟ ଏସଡିପିଓ ମନୋଜ ପୂଜାରୀ ଘଟଣା ଉପରେ ତଦନ୍ତ କରି କହିଛନ୍ତି, ନବୀନ ଚନ୍ଦ୍ର ପଟ୍ଟନାୟକ ୩ ତାରିଖରେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ ଯେ  ଜଣେ ଯୁବକ ତାଙ୍କ ଦୋକାନରୁ ମୋବାଇଲ୍ ଫୋନ୍ ଚୋରି କରିନେଇଥିଲେ ଏବଂ ପରେ ଏହାକୁ ବ୍ୟବହାର କରି ନିଜ ଆକାଉଣ୍ଟକୁ ୧.୭ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିଥିଲେ।

ଅଭିଯୁକ୍ତ ତିନିଟି ମୋବାଇଲ୍ ଡିଭାଇସ୍ ଏବଂ ଛଅଟି ଭିନ୍ନ ଭିନ୍ନ ସିମ୍ କାର୍ଡ ବ୍ୟବହାର କରି ଏହି ଘଟଣାକୁ ଏଡ଼ାଇ ଯାଇଥିଲା। ତେବେ ଛତିଶଗଡ଼ର ଜଗଦଲପୁରରେ ପୋଲିସ ତାକୁ ଧରିବାରେ ସଫଳ ହୋଇଛି। ଏହାପରେ ଅପେନ୍ଦ୍ର ନିଜ ଦୋଷ ସ୍ୱୀକାର କରିଥିବା ଏସଡିପିଓ ପୂଜାରୀ ସୂଚନା ଦେଇଛନ୍ତି। ଗିରଫ ସମୟରେ ଅପେନ୍ଦ୍ର ନିକଟରୁ ନଗଦ ୭୦ ହଜାର ଟଙ୍କା ସହ ୩ଟି ମୋବାଇଲ ଫୋନ ଜବତ କରିଛି ପୋଲିସ।

Comments are closed.