Latest Odisha News

BREAKING NEWS

ଭିନେଶଙ୍କ ପରି ଓଜନ କମାଇବେ ଲଭଲୀନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଭାରତର ମହିଳା ବକ୍ସର ଲଭଲୀନା ବୋରଗୋହେନ ଓଜନ ବର୍ଗରେ ପରିବର୍ତନ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେ ୭୫ କିଗ୍ରା ବଦଳରେ ୭୦ କିଗ୍ରା ବିଭାଗରେ ଅଂଶଗ୍ରହଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଓଜନ ବର୍ଗରେ ପରିବର୍ତନ କରି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ଫାଇନାଲ ପୂର୍ବରୁ ତାଙ୍କର ଓଜନ ଆବଶ୍ୟକତାଠାରୁ ୧୦୦ ଗ୍ରାମ ଅଧିକ ରହିବାରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଆଇଓସି ନିକଟରେ ଅଲିମ୍ପିକ୍ସ ୨୦୨୮ ପାଇଁ ଖେଳାଳିଙ୍କ କୋଟା ଘୋଷଣା କରିବା ନିୟମରେ ପରିବର୍ତନ କରିଛି । ଏବେ ଲଭଲୀନାଙ୍କୁ ୭୦ କିଗ୍ରା ତଳେ କିମ୍ବା ୮୦ କିଗ୍ରା ବିଭାଗ ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ ।

ଲଭଲୀନାଙ୍କ ପ୍ରକୃତ ଓଜନ ୭୪ କିଗ୍ରା ହୋଇଥିବାରୁ ସେ ୭୦ କିଗ୍ରା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ଗତ ମାସରେ ବକ୍ସିଂକୁ ୨୦୨୮ ଅଲିମ୍ପିକ୍ସରେ ସାମିଲ କରାଯାଇଛି । ଉଭୟ ପୁରୁଷ ଓ ମହିଳା ବିଭାଗରେ ୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ନୂତନ ନିୟମ ଅନୁସାରେ ମହିଳା ବିଭାଗ ପାଇଁ ୫୧ କିଗ୍ରା, ୫୪ କିଗ୍ରା, ୫୭ କିଗ୍ରା, ୬୦ କିଗ୍ରା, ୬୫ କିଗ୍ରା, ୭୦ କିଗ୍ରା ଓ ୮୦ କିଗ୍ରାରୁ ଅଧିକ ରହିଛି । ସେହିପରି ପୁରୁଷ ବିଭାଗ ପାଇଁ ୫୫ କିଗ୍ରା, ୬୦ କିଗ୍ରା, ୬୫ କିଗ୍ରା, ୭୦ କିଗ୍ରା, ୮୦ କିଗ୍ରା, ୯୦ କିଗ୍ରା ଓ ୯୦ କିଗ୍ରାରୁ ଅଧିକ ବର୍ଗ ରଖାଯାଇଛି ।

Comments are closed.