Latest Odisha News

BREAKING NEWS

କାଲିଠୁ ରାଜ୍ୟରେ ବର୍ଷା, ୪ ତାରିଖରୁ ଛେଚିବ

ଭୁବନେଶ୍ୱର: ଚଳିତବର୍ଷ ଏଯାଏଁ ରାଜ୍ୟରେ ଲୁଚକାଳି ଖେଳିଛି ମୌସୁମୀ । ଶ୍ରାବଣରେ ଆକାଶରୁ ଅଗ୍ନି ବର୍ଷିଛି । ଚାଷୀର ଚିନ୍ତା ବଢ଼ିଥିବା ବେଳେ ପାଣିପାଗ ବିଭାଗ ଆଶ୍ୱସ୍ତିଖର ଖବର ଦେଇଛି । କାଲିଠୁ ରାଜ୍ୟରେ ବର୍ଷା ହେବ । ଆସନ୍ତା ସପ୍ତାହେ ମଧ୍ୟରେ ବଙ୍ଗାପସାଗରରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ।

ପାଣିପାଗ ବିଭାଗ ସୂଚନା ଅନୁସାରେ, କାଲି ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ତାପର ଦିନ (୪ ତାରିଖ) ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହା‌ ଲଘୁଚାପରେ ପରିଣତ ହେବ ।
କାଲି ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ ଓ ୫ ତାରିଖ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷିବ । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ପରେ ଆଉ ଥରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.