ଭୁବନେଶ୍ୱର: ମଙ୍ଗଳବାର ସକାଳେ ପଶ୍ଚିମବଙ୍ଗର ଦକ୍ଷିଣ ଭାଗ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ପାଣିପାଗ ବିଭାଗ ବୁଧବାର ଦିନ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ନୁଆପଡା, ସୋନେପୁର, ସମ୍ବଲପୁର ଏବଂ ଦେଓଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଏହାପୂର୍ବରୁ ଆଜି ସକାଳ ୧୧.୩୦ ପର୍ଯ୍ୟନ୍ତ ବରଗଡ, ବଲାଙ୍ଗୀର, ସୋନେପୁର, ବୌଦ୍ଧ, କନ୍ଧମାଳ, ଦେଓଗଡ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଅନୁଗୁଳ, ସମ୍ବଲପୁର, କଟକ, ଜଗତସିଂହପୁର ଏବଂ ପୁରୀର କିଛି ଅଂଶରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା।
ସେପ୍ଟେମ୍ବର ୨୫ ରେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାର ଉତ୍ତର-ପୂର୍ବରେ ଆଉ ଏକ ସାଇକ୍ଲୋନିକ୍ ଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ଆଇଏମଡି ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୬ ରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।