ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ବର୍ଷାରେ ଭିଜୁଛି ଓଡ଼ିଶା । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ୧୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି ।
୧୩ ରେ ଉପକୂଳ ଓଡିଶା ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ୧୪ରେ ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡିଶା ପ୍ରଭାବିତ ହେବା ସମ୍ଭାବନା
ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ ରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନ
— Meteorological Centre, Bhubaneswar (@mcbbsr) August 13, 2022
ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୪ ତାରିଖରେ ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ ।
ଓଡ଼ିଶା ଉପକୂଳ ଏବଂ ଆଖପାଖ ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ୪୫ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏ ରହିବ । ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ, ମତ୍ସ୍ୟଜୀବୀଙ୍କୁ ୧୫ ତାରିଖ ଯାଏ ସମୁଦ୍ର ବାରଣ କରାଯାଇଛି । ଉପରମୁଣ୍ଡରେ ବର୍ଷା ବଢ଼ୁଥିବାରୁ ହୀରାକୁଦର ଜଳସ୍ତର ବଢ଼ୁଛି । ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ଡ୍ୟାମ୍ରୁ ଜଳ ନିଷ୍କାସନ ହେଉଛି ।
Intense rainfall advisory for #Bhubaneswar and #Cuttack city area pic.twitter.com/UURXrz44d9
— Meteorological Centre, Bhubaneswar (@mcbbsr) August 13, 2022
ଆଜି ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି । ଫଳରେ କଟକ ଓ ଭୁବନେଶ୍ୱରର ତଳିଆ ଅଞ୍ଚଳ ଜଳମଗ୍ନ ହେବ । ଦୃଶ୍ୟମାନ କ୍ଷମତା କମିବ । ଅଣ୍ଡରପାସରେ ପାଣି ଜମିବାର ଆଶଙ୍କା ରହିଛି ।
Comments are closed.