Latest Odisha News

୧୮ରେ ଲଘୁୁଚାପ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସୁଛି ଲଘୁଚାପ । ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଣ  ଘୂର୍ଣ୍ଣିବଳୟ ସକ୍ରିୟ ହେଉଛି । ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭବନା ଦେଖା ଦେଇଛି । ଏପରି ହୋଇଥିବା ଅନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ ।

‘ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬ କି.ମି. ଉଚ୍ଚତା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତା’ର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି’ ବୋଲି ଟୁଇଟ କରି ଜଣାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନଗୁଳ, ସମ୍ବଲପୁର ଜିଲ୍ଲା ପାଇଁ ଆଜି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ଏହି ସବୁ ଜିଲ୍ଲାରେ ଆଜି ଅର୍ଥାତ ଅଗଷ୍ଟ ୧୬ ତାରିଖ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଅଗଷ୍ଟ ୧୭ ତାରିଖ ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ କରାଇଥିଲା ଆଇଏମଡି । ଏହାବ୍ୟତୀତ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ବଲାଙ୍ଗୀର ଆଦି ଜିଲ୍ଲା ପାଇଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ପୁରୀ, ଖୋର୍ଦ୍ଧା,  କଟକ, ଜଗତସିଂହପୁର, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲରେ ୧୮ ତାରିଖ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବରୁ ଆଇଏମଡି ସୂଚନା ଦେଇଥିଲା ।

Comments are closed.