ଭୁବନେଶ୍ୱର:ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଶନିବାର ସୁଦୃଶ୍ୟ ଲଘୁଚାପ କେନ୍ଦ୍ରରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବ । ଫଳରେ ଏଥର ଦଶହରା ଲଘୁଚାପ ଜନିତ ବର୍ଷାରେ ଧୋଇଯିବା ଆଶଙ୍କା ଦେଖା ଦେଇଛି ।
ଏହି ଲଘୁଚାପ ଉତ୍ତର ପଶ୍ଚିମ ଆଡକୁ ମୁହାଁଇବାର ସମ୍ଭାବନା ରହିଛି । ରବିବାର ସୁଦ୍ଧା ଏହା କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଡିପ୍ରେସନର ରୂପ ନେବ । ପରବର୍ତ୍ତୀ ୩ ଦିନ ମଧ୍ୟରେ ଏହା ଉତ୍ତର-ଉତ୍ତର ପୂର୍ବ ଆଡକୁ ମୁହାଁଇ ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳ ଗତକରିବ । ଏହାର ପ୍ରଭାବରେ ରବିବାର ଉପକୂଳ ଅଞ୍ଚଳରେ ଏବଂ ଅକ୍ଟୋବାର ୨୩ ଓ ୨୪ରେ ୫୦ରୁ ୬୦ କିମି ବେଗରେ ପବନ ବହିବ । ଏହି ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ମଧ୍ୟ ରହିଛି ।
ସେହିପରି ୨୨ ତାରିଖରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ମତ୍ସ୍ୟଜୀବୀମାନଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.