Latest Odisha News

BREAKING NEWS

ଆସୁଛି ଲଘୁଚାପ: ନଭେମ୍ବର ୧୬ରେ ଅବପାତ,ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି ।  ନଭେମ୍ବର ୧୫ ତାରିଖରୁ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।

ଭାରତୀୟ ପାଣିପାଗ ବିଭାଗ ଆଇଏମଡିର ପୂର୍ବାନୁମାନ ଅନୁଯାୟୀ,  ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଥାଇଲାଣ୍ଡ ଉପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟିହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପଶ୍ଚିମଉତ୍ତରକୁ ଯାଇ କେନ୍ଦ୍ରୀୟ ଏବଂ ନିକଟବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ ନଭେମ୍ବର ୧୬ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଜାସନ ନିକୋଲଙ୍କ କହିବା ଅନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପ ସାଗରରେସୃଷ୍ଟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଅବପାତରେ କିମ୍ବା ଘୂର୍ଣ୍ଣିଝଡରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରିରେ ବର୍ଷା ହୋଇପାରେ ।

ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହି ଅଞ୍ଚଳରେ ବହୁତ ବାଦଲ ମଧ୍ୟ ଦେଖା ଯାଇଛି । ଏହାର ପ୍ରଭାବରେ ବଙ୍ଗୋପ ସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଘୂର୍ଣ୍ଣିବଳୟ ଯୋଗୁଁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୧୪ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପ କ୍ରମେ ଘନୀଭୂତ ହେବା ସହ ୧୬ ତାରିଖ ବେଳକୁ ଅବପାତର ରୂପ ନେଇପାରେ ।

ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖରେ ଦକ୍ଷିଣ ଉପକୂଳ ଅଞ୍ଚଳର କେତେକ ସ୍ଥାନ ସମେତ ମାଲକାନଗରି, କୋରାପୁଟ,ରାୟଗଡା, କଟକ, ଜଗତସିଂହପୁରରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ,ଯାଜପୁର ଏବଂ କେନ୍ଦ୍ରାପଡାର କେତେକ ଅଞ୍ଚଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ସେହିପରି ନଭେମ୍ବର ୧୬ ତାରିଖରେ  ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ ଯଥା ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ସମେତ ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିର କେତେକ ଅଞ୍ଚଳରେ ବର୍ଷା ହୋଇପାରେ ।

Leave A Reply

Your email address will not be published.