Latest Odisha News

ଦୂରହେବ ଲୋ ଭୋଲ୍ଟେଜ ସମସ୍ୟା, ଅକ୍ଷୟ ଶକ୍ତିରୁ ଉତ୍ପାଦନ ହେବ ବିଦ୍ୟୁତ୍ 

ଭୁବନେଶ୍ବର: ରାଜ୍ୟରେ ଦୂରହେବ ଲୋ ଭୋଲ୍ଟେଜ ସମସ୍ୟା। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ଏଥିସହ ଅକ୍ଷୟ ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ୧୦ ହଜାର ମେଗାୱାଟ୍ ବିଦ୍ୟୁତ ଅକ୍ଷୟ ଶକ୍ତିରୁ ଉତ୍ପାଦନ କରିବା ପାଇଁ ଟାର୍ଗେଟ ରଖିଛି ଶକ୍ତି ବିଭାଗ। ଏନେଇ ସୂଚନା ଦେଇଛନ୍ତି ଶକ୍ତି ସଚିବ ବିଶାଳ ଦେବ।

ଦୁଇଟି ପ୍ରମୁଖ ଦିଗରେ ଶକ୍ତି ବିଭାଗ କାମ କରୁଛି। ପ୍ରଥମଟି ମୁଖ୍ୟମନ୍ତ୍ରୀ ପାୱାର ଡେଭେଲପମେଣ୍ଟ ପ୍ରୋଗ୍ରାମ ଓ ଦ୍ଵିତୀୟଟି ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ। ଅକ୍ଷୟ ଶକ୍ତି ଉପରେ ଫୋକସ ରଖାଯାଇଛି। ଏଥିପାଇଁ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ସୁଧାର ଅଣାଯାଉଛି। ସେହିପରି ଲୋ ଭୋଲଟେଜ୍ ଉପରେ କାମ ଚାଲିଛି। ଟ୍ରାନ୍ସମିସନ ଲାଇନ ସଶକ୍ତ କରାଯିବା ସହ ନୂଆ ଗ୍ରୀଡ଼ ଷ୍ଟେସନ ସ୍ଥାପନ ହେଉଛି। ନୂଆ ପ୍ରାଇମେରୀ ସବ୍ ଷ୍ଟେସନ ବି ରାଜ୍ୟ ସାରା କରାଯାଉଛି। ଲୋଡ଼ ସେଡିଙ୍ଗ ବନ୍ଦ କରିବା ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି ଶକ୍ତି ସଚିବ ।

ବାତ୍ୟା ଯୋଗୁଁ ଶକ୍ତି ଭିତ୍ତିଭୂମି ନଷ୍ଟ ହେଉଛି । ଏହାକୁ ଦୂର କରିବା ପାଇଁ ଭୁବନେଶ୍ୱରରେ ସ୍କ୍ରିପଟ୍ସ ନାମକ ଏକ କାର୍ଯ୍ୟକ୍ରମ ଚାଲିଛି। ଯାହା ଫଳରେ ବାତ୍ୟା ସମୟରେ ଶୀଘ୍ର ବିଦ୍ୟୁତ ସଂଯୋଗ ହୋଇ ପାରିବ ବୋଲି ସୂଚନା ଦେଇଛନ୍ତି ଶକ୍ତି ସଚିବ। ୨୦୦୦ ମସିହାରେ ମାତ୍ର ୧୮% ଘରେ ବିଜୁଳି ଥିଲା । ଆଜି ତାହା ବୃଦ୍ଧି ପାଇ ୯୯% ହୋଇଛି। ଟ୍ରାନ୍ସଫର୍ମର , ଗ୍ରୀଡ଼ ଷ୍ଟେସନ ଅହେତୁକ ଭାବେ ବୃଦ୍ଧି ହୋଇଛି।ଲୋ ଭୋଲଟେଜ୍ ସମସ୍ୟା କିଛି ଜାଗା ଛାଡିଲେ ଆଉ ନାହିଁ । ଯେଉଁଠି ଅଛି, ନୂଆ ଗ୍ରୀଡ଼ ଷ୍ଟେସନ ବସା ଯାଉଛି।ହେଲେ ଜଙ୍ଗଲ ମଞ୍ଜୁରୀ ସମସ୍ୟା ରହୁଛି। ଆଗାମୀ ଏକ ବର୍ଷରେ ସବୁ କାମ ସାରିଲେ, ରାଜ୍ୟରେ ଆଉ ଲୋ ଭୋଲ୍ଟେଜ ସମସ୍ୟା ରହିବ ନାହିଁ ବୋଲି ସଚିବ କହିଛନ୍ତି ।

Leave A Reply

Your email address will not be published.