କୋଲକାତା: ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ ଟିମ ୩୦ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମଠାରୁ ପରାଜିତ ହୋଇଛି । ଘରୋଇ ପରିବେଶରେ ଭାରତୀୟ ଟିମ ଇତିହାସରେ ପ୍ରଥମ ଥର ପାଇଁ ସବୁଠାରୁ କମ ରନ ଚେଜ କରିବାରେ ବିଫଳ ହୋଇଛି । ଭାରତ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ୧୨୪ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ୯୩ ରନ କରିବାକୁ ସକ୍ଷମ ହୋଇଥିଲା । ୱାଶିଂଟନ ସୁନ୍ଦର ସର୍ବାଧିକ ୩୧ ରନ କରିଥିଲେ । ଏହା ପୂର୍ବରୁ ୨୦୨୪ରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୪୭ ରନର ଟାର୍ଗେଟ ଚେଜ କରିପାରି ନ ଥିଲା ।
ଘରୋଇ ପରିବେଶରେ ଏହି ଦଶନ୍ଧିରେ ଭାରତ ୨ ଥର ୧୫୦ରୁ କମ ରନ ଚେଜ କରିବାରେ ବିଫଳ ହୋଇଛି । ୧୯୮୭ରେ ଟିମ ଇଣ୍ଡିଆ ୨୨୧ ରନର ଲକ୍ଷ୍ୟ ପାକିସ୍ତାନ ବିପକ୍ଷରେ ହାସଲ କରିପାରି ନ ଥିଲା । ଏହି ମ୍ୟାଚ ବେଙ୍ଗାଲୁରରେ ଖେଳାଯାଇଥିଲା । ସେହିପରି ୧୯୫୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୩୧ ରନ ଭାରତ ଚେଜ କରିପାରି ନ ଥିଲା । ଏହି ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଇଥିଲା । ହାଇଦ୍ରାବାଦରେ(୨୦୨୪) ଇଂଲଣ୍ଡ ବିପକ୍ଷରେ ଭାରତ ୨୩୧ ରନର ଲକ୍ଷ୍ୟ ହାସଲ କରିପାରି ନ ଥିଲା ।
Comments are closed.