Latest Odisha News

BREAKING NEWS

ମିଳିଲା ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କମିଲା ଏଲପିଜି ସିଲିଣ୍ଡର ଦର । ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି ।

ମାସର ପ୍ରଥମ ତାରିଖରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡର ବିକ୍ରୟ କରୁଥିବା ସରକାରୀ କମ୍ପାନୀଗୁଡିକ ମୂଲ୍ୟ ସଂଶୋଧନ କରନ୍ତି। ଆଜି ଇଣ୍ଡିଆନ୍ ଅଏଲ୍, ଏଚପିସିଏଲ ଏବଂ ଜିବିପିସିଏଲ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛି। ଏହି କମ୍ପାନୀଗୁଡିକ ୧୯ କେଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୦ ଟଙ୍କା ହ୍ରାସ କରିଛନ୍ତି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି।

ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ଏହି ସିଲିଣ୍ଡର ଏବେ ୧୭୫୬ ଟଙ୍କାରେ ମିଳୁଥିବା ବେଳେ ପୂର୍ବରୁ ଏହାର ମୂଲ୍ୟ ୧୭୮୭ ଟଙ୍କା ଥିଲା । ସେହିପରି ମୁମ୍ବାଇରେ ସିଲିଣ୍ଡର ୧୬୨୯ ଟଙ୍କାରୁ ୩୧ ଟଙ୍କା ହ୍ରାସ ପାଇ ୧୫୯୮ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ସିଲିଣ୍ଡର ଦର ୧୮୦୯.୫୦ ଟଙ୍କା ରହିଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ଦିଲ୍ଲୀରେ ୮୦୩ ଟଙ୍କା ଏବଂ ମୁମ୍ବାଇରେ ୮୦୨.୫୦ ଟଙ୍କାରେ ଉପଲବ୍ଧ ହେଉଛି ।

Leave A Reply

Your email address will not be published.