Latest Odisha News

BREAKING NEWS

ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର, ଓଡ଼ିଶାରେ ନୂଆ ଦର ୧୦୭୯ ଟଙ୍କା

ନୂଆଦିଲ୍ଲୀ: ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ବୁଧବାର ସିଲିଣ୍ଡର ପିଛା ଦର ୫୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ୧୦୭୯ ଟଙ୍କା ହୋଇଛି । ସେହିଭଳି କୋଲକାତାରେ ୧୦୭୯ ଟଙ୍କା, ମୁମ୍ବାଇରେ ୧୦୫୨ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୦୬୮ ଟଙ୍କା ୫୦ ପଇସା ସିଲିଣ୍ଡର ପିଛା ଦେବାକୁ ପଡ଼ିବ ।

ଘରୋଇ ଗ୍ୟାସ୍ ଦର ୫୦ ଟଙ୍କା ସିଲିଣ୍ଡର ପିଛା ବଢ଼ିଥିବା ବେଳେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ୧୯ କେଜି ସିଲିଣ୍ଡର ମୂଲ୍ୟ ୮ ଟଙ୍କା ୫୦ ପଇସା କମିଛି । ଗତ ମେ ୧୯ ତାରିଖରେ ଏଲପିଜି ସିଲିଣ୍ଡର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.