Latest Odisha News

BREAKING NEWS

ମାଆ କାଳୀ ପୋଷ୍ଟର ବିବାଦ: ଟିଏମସି ଉପରେ ରାଗିଗଲେ ମହୁଆ

କୋଲକାତା: ମାଆ କାଳୀ ମୁଭି ପୋଷ୍ଟର ବିବାଦରେ ମୁଣ୍ଡ ପୂରାଇ ଅଡୁଆରେ ପଡିଛନ୍ତି ଟିଏମସି ନେତ୍ରୀ ମହୁଆ ମୈତ୍ର । ଏପରିକି ସେ ରାଗିଯାଇ ଟ୍ୱିଟ୍ଟରରେ ଅନଫଲୋ କରିଛନ୍ତି । ମହୁଆ ଏକ କାର୍ଯ୍ୟକ୍ରମରେ କହିଥିଲେ, ଦେବୀ କାଳୀ ମୋ ପାଇଁ ଏକ ମାଂସ ଖାଉଥିବା, ମଦ ପିଉଥିବା ଦେବୀ । ତାଙ୍କର ଏହି ବୟାନ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଡକ୍ୟୁମେଂଟ୍ରି ଫିଲ୍ମମେକର ଲୀନା ମଣିମେକଲଇଙ୍କ କାଳୀ ପୋଷ୍ଟରରେ ଗୋଟିଏ ହାତରେ ସିଗାରେଟ ଓ ଅନ୍ୟ ହାତରେ ଏଲଜିବିଟି ସମୁଦାୟର ପତାକା ଧରିଥିଲେ । ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ମହୁଆ ପରୋକ୍ଷରେ ଲୀନାଙ୍କୁ ଉପରୋକ୍ତ ବୟାନ ଦେଇ ସମର୍ଥନ କରିଥିଲେ । ଅପରପକ୍ଷରେ ଟିଏମସି ଏହି ବୟାନରୁ ନିଜକୁ ଦୂରେଇ ରଖିଥିଲା । ଏହା ମହୁଆଙ୍କ ବ୍ୟକ୍ତିଗତ ବୟାନ ବୋଲି କହିଥିଲା । ମହୁଆ ଏ ନେଇ ସ୍ପଷ୍ଟକରଣ ଦେଇଥିଲେ ଯେ, ମୁଁ କାହାର ଫିଲ୍ମ କିମ୍ବା ପୋଷ୍ଟରକୁ ସମର୍ଥନ କରି ନାହିଁ । ସଂଘୀୟଙ୍କ ମିଛ ପ୍ରଚାର ଆପଣଙ୍କୁ ଭଲ ହିନ୍ଦୁ ଭାବେ ସାବ୍ୟସ୍ତ କରିପାରିବ ନାହିଁ ।

Leave A Reply

Your email address will not be published.