ଲୁଧିୟାନା: ଲୁଧିୟାନା ଫଗୱାଡା ସ୍ଥିତ ଲଭଲୀ ପ୍ରଫେଶନାଲ ୟୁନିଭରସିଟିର ଜଣେ ମହିଳା ପ୍ରଫେସର ଭଗବାନ ଶ୍ରୀରାମଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ସହକର୍ମୀଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ରାବଣ ଭଲ, ଶ୍ରୀରାମ ଅବସରବାଦୀ ଓ ଚତୁର । ସେ ଷଡଯନ୍ତ୍ର କରି ମାତା ସୀତାଙ୍କୁ ଫସାଇଥିଲେ । ଏହାର ଅଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା । ବିଭିନ୍ନ ମହଲରୁ ବିରୋଧ କରାଯିବା ପରେ ୟୁନିଭରସିଟିର ପ୍ରବନ୍ଧକ ବାଧ୍ୟ ହୋଇ ଉକ୍ତ ମହିଳା ପ୍ରଫେସରଙ୍କୁ ବରଖାସ୍ତ କରିଛନ୍ତି । ଏହାର ନୋଟିଫିକେସନ ମଧ୍ୟ ସୋସିଆଲ ସାଇଟରେ ଶେୟାର କରାଯାଇଛି ।
ଅପରପକ୍ଷରେ ମହିଳା ପ୍ରଫେସରଜଣଙ୍କ ତାଙ୍କର ସମସ୍ତ ସୋସିଆଲ ସାଇଟ ଆକାଂଉଟ ଡିଲିଟ କରି ଦେଇଛନ୍ତି । ବିନା କାରଣରେ ରାମାୟଣ ଏବଂ ଏହାର ଚରିତ୍ରକୁ ବଦନାମ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଛି ।
Comments are closed.