Latest Odisha News

BREAKING NEWS

ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ: ୧୭୮ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ଲକ୍ଷ୍ନୌ:ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୧୭୮ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଟସ ଜିତି ମୁମ୍ବାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ମାର୍କୋସ ଷ୍ଟୋଇନିସ ୪୭ ବଲରେ ୪ ଚୌକା ଓ ୮ ଛକା ସହାୟତାରେ ୮୯ ରନ କରି ଅପରାଜିତ ରହିଥିଲେ । କୃଣାଳ ପାଣ୍ଡ୍ୟା ୪୯ ରନ କରି ରିଟାୟରହର୍ଟ ହୋଇଥିଲେ । ଶେଷ ଭାଗରେ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଲକ୍ଷ୍ନୌ ୩ ୱିକେଟ ବିନିମୟରେ ୧୭୭ ରନ କରିଥିଲା ।

ଜାସେନ ବେହେରନଡରଫ ୨ଟି ଏବଂ ପୀୟୂଷ ଚାୱଲା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ମୁମ୍ବାଇ ୧୨ ମ୍ୟାଚରୁ ୧୪ ଓ ଲକ୍ଷ୍ନୌ ସମାନ ସଂଖ୍ୟକ ମ୍ୟାଚରୁ ୧୩ ପଂଏଟ ହାସଲ କରିଛନ୍ତି । ପ୍ଲେ ଅଫ ପ୍ରବେଶ ପାଇଁ ଉଭୟଙ୍କ ନିମନ୍ତେ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.