Latest Odisha News

ଗୁଜରାଟ ଟାଇଟାନ୍ସକୁ ୬ ୱିକେଟରେ ହରାଇଲା ଲକ୍ଷ୍ନୌ, ପୂରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୬ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ନିକୋଲସ ପୂରନ ଓ ଆଡେନ ମାର୍କରାମ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬ ୱିକେଟ ବିନିମୟରେ ୧୮୦ ରନ କରିଥିଲେ । ସାଇ ସୁଦର୍ଶନ ୫୮ ଓ ଅଧିନାୟକ ଶୁଭମନ ଗିଲ ୬୦ ରନର ଇନିଂସ ଖେଳିଥିଲେ । ଶାର୍ଦ୍ଦୂଳ ଠାକୁର ଓ ରବି ବିଶ୍ନୋଇ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୧୮୧ ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ୩ଟି ବଲ ବାକିଥାଇ ଜିତି ନେଇଥିଲା । ପୂରନ ୬୧, ମାର୍କରାମ ୫୮ ଓ ରିଷଭ ପନ୍ତ ୨୧ ରନ କରିଥିଲେ । ଆୟୂଷ ବଦାନୀ ୨୮ ରନ କରି ଅପରାଜିତ ରହିଥିଲେ । ଗୁଜରାଟ କ୍ରମାଗତ ୪ଟି ବିଜୟ ପରେ ପରାଜିତ ହୋଇଛି । ୬ ମ୍ୟାଚରୁ ୮ ପଂଏଟ ପାଇ ଗୁଜରାଟ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଲକ୍ଷ୍ନୌ ସମାନ ସଂଖ୍ୟକ ମ୍ୟାଚରେ ୮ ପଂଏଟ ପାଇଁ ତୃ୍‌ତୀୟ ସ୍ଥାନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ପରବର୍ତୀ ମ୍ୟାଚ ଖେଳାଯିବ ।

Comments are closed.