Latest Odisha News

BREAKING NEWS

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପରବର୍ତ୍ତୀ ସେନାମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେବେ ପରବର୍ତ୍ତୀ ସେନାମୁଖ୍ୟ । ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଦ୍ବିବେଦୀ । ଆସନ୍ତା ୩୦ ଜୁନ୍‌ ୨୦୨୪ରୁ ଦ୍ବିବେଦୀ ନୂଆ ଦାୟିତ୍ବ ଗ୍ରହଣ କରିବେ ।

ସୂଚନା ଅନୁସାରେ, ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ସି ପାଣ୍ଡେଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩୦ ତାରିଖରେ ଶେଷ ହେଉଛି। ସେହିଦିନ ହିଁ ନୂତନ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ସମ୍ଭାଳିବେ ଦ୍ଵିବେଦୀ । ଚଳିତବର୍ଷ ଫେବ୍ରୁଆରି ୧୯ରେ ସେ ସ୍ଥଳସେନା ଉପମୁଖ୍ୟ ଦାୟିତ୍ବ ନେଇଥିଲେ ଦ୍ଵିବେଦୀ ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ରେୱାସ୍ଥିତ ସୈନିକ ସ୍କୁଲର ଆଲୁମନି ହେଉଛନ୍ତି ଦ୍ଵିବେଦୀ । ୧୯୮୪ରେ ସେ ୧୮ ଜମ୍ମୁ-କଶ୍ମୀର ରାଇଫଲସରେ ଯୋଗଦେଇଥିଲେ। ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.