Latest Odisha News

BREAKING NEWS

ଏଡ଼ସ ପାଇଁ ଟୀକା ଖୋଜୁ ଖୋଜୁ କରୋନା ଭାଇରସର ସୃଷ୍ଟି : ନୋବେଲ ବିଜେତା ମୋଂଟେଗେନର

ପ୍ୟାରିସ:ଏଚଆଇଭି ତଥା ଏଡ଼ସ ସମ୍ପର୍କରେ ସାରା ବିଶ୍ୱ ତଥ୍ୟ ଯୋଗାଇଥିବା ନୋବେଲ ପୁରସ୍କାର ବିଜେତା ଲ୍ୟୁକ ମୋଂଟେଗେନର ଶନିବାର ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ଏଡସ ଟୀକା ବାହାର କରିବା ପାଇଁ କରାଯାଉଥିବା ଗବେଷଣାରୁ କରୋନା ଭାଇରସର ସୃଷ୍ଟି । ଅସାବଧାନତା ଯୋଗୁ ଏହା ବ୍ୟାପି ଯାଇଥିଲା ବୋଲି ସେ କହିଛନ୍ତି ।

୨୦୦୦ରୁ ଉହାନଠାରେ ଏ ନେଇ ଗବେଷଣା ଚାଲିଥିଲା । ପ୍ରକୃତି ସହ ବାରମ୍ବାର ଖେଳିଲେ ଏ ଭଳି ପରିସ୍ଥିତି ସୃଷ୍ଟି ହୁଏ । ସେ ଆହୁରି ମଧ୍ୟ କହିଛନ୍ତି କିଛି ଦିନ ପରେ ଏହି ଭାଇରସକୁ ପ୍ରକୃତି ହିଁ ସ୍ୱତଃ ନଷ୍ଟ କରିଦେବ । ସେତିକି ସମୟ ଆମକୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବାକୁ ପଡିବ । ତେବେ ଲ୍ୟୁକଙ୍କ ଏହି ଥିଓରିକୁ ଅନେକ ଗବେଷକ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.