ଲକ୍ଷ୍ନୌ: ଗୁଜୁରାଟ ପରେ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅନେକ ହୋଟେଲକୁ ବୋମା ଧମକ ମିଳିଛି। ପ୍ରାୟ ୧୦ଟି ହୋଟେଲକୁ ଉଡ଼ାଇବା ପାଇଁ ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଦେଇଛି।
ଏହି ହୋଟେଲ ଗୁଡ଼ିକ ମଧ୍ଯରେ ହୋଟେଲ ମ୍ୟାରିଅଟ୍, ସାରାକା ହୋଟେଲ, ପାକଡିଲିଆ ହୋଟେଲ, ହୋଟେଲ ଭିସ୍ତା, ଫର୍ଚୁନ୍ ହୋଟେଲ, ଲେମୋଣ୍ଟ୍ରି ହୋଟେଲ, କ୍ଲାର୍କ ଅଭାଦ ହୋଟେଲ ଏବଂ ଡାଏଲ୍ ଗେଟୱେ ହୋଟେଲ ଅନ୍ତର୍ଭୁକ୍ତ। ଇ-ମେଲ୍ ପାଇବା ପରେ ଏହି ହୋଟେଲଗୁଡିକର ମାଲିକମାନେ ପୋଲିସକୁ ସୂଚନା ଦେଇଥିଲେ।
ଏହା ପରେ ପୋଲିସ ହୋଟେଲ ବାହାରେ ସୁରକ୍ଷା ବୃଦ୍ଧି କରାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଶନିବାର ମଧ୍ୟ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା।
ଅଧିକ ପଢନ୍ତୁ- ଗୁଜୁରାଟର ୧୦ ହୋଟେଲକୁ ବୋମା ଧମକ
ଗୁଜୁରାଟର ରାଜକୋଟରେ ଅତି କମରେ ୧୦ଟି ହୋଟେଲକୁ ବୋମା ଧମକ ମିଳିଥିଲା।
Comments are closed.