Latest Odisha News

BREAKING NEWS

ନିଲାମରେ ବିକ୍ରି ହୋଇ ନ ଥିଲେ ଏହି ଖେଳାଳି, ଏବେ ସାମିଲ ହେଲେ ଲକ୍ଷ୍ନୌରେ

ଲକ୍ଷ୍ନୌ: ମେଗା ନିଲାମରେ ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ କେହି ଦଳରେ ନେଇ ନ ଥିଲେ । ଏବେ ଶାର୍ଦ୍ଦୁଳଙ୍କ ଆଇପିଏଲରେ ଏଂଟ୍ରି ହୋଇଯାଇଛି । ମୋହସିନ ଖାଁଙ୍କ ସ୍ଥାନରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ଦଳରେ ସାମିଲ କରିଛି । ନୂଆ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ତାର ଅଭିଯାନ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆରମ୍ଭ କରିବ । ୩୩ ବର୍ଷୀୟ ଶାର୍ଦ୍ଦୁଳ ନିକଟରେ ରଣଜୀ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ୫୦୫ ରନ କରିବା ସହ ୩୫ ୱିକେଟ ନେଇଥିଲେ । ଆଇପିଏଲ ନିଲାମରେ ତାଙ୍କୁ କିଣା ନ ଯିବାରୁ ସେ କାଂଉଟି କ୍ରିକେଟ ଖେଳିବା ପାଇଁ ଏସେକ୍ସ ସହ ଚୁକ୍ତି କରିଥିଲେ । ଏବେ ସେ କାଂଉଟି ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ବିଜୟ ହଜାରେ ଟ୍ରଫି ଅବସରରେ ମୋହସିନ ଆଘାତପ୍ରାପ୍ତ ହୋଇଥିଲେ ।

ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନ ଥିବାରୁ ଆଇପିଏଲରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଆଇପିଏଲ ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ ଓ ରାଇଜିଂ ପୁଣେ ସୁପର ଜ୍ୟାଂଟସ ପକ୍ଷରୁ ଖେଳିଛନ୍ତି । ସେ ୯୫ ମ୍ୟାଚରେ ୯୪ ୱିକେଟ ନେବା ସହ ୩୦୭ ରନ କରିଛନ୍ତି । ଲକ୍ଷ୍ନୌ ପାଇଁ ଏବେ ବି ମୟଙ୍କ ଯାଦବଙ୍କ ଆଘାତ ସମସ୍ୟା ଘାରିଛି । ସେ ସମ୍ପୂର୍ଣ୍ଣ ଭାବେ ଫିଟ ନାହାନ୍ତି ।

Comments are closed.