Latest Odisha News

ଦିଲ୍ଲୀ ରାଜନୀତି : ବିନା ନିର୍ବାଚନରେ ବି ହୋଇଥିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟମ ବିଧାନ ସଭା ନିର୍ବାଚନ ପାଇଁ ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ୧୯୯୩ ରେ ଦିଲ୍ଲୀରେ ପୂର୍ଣ୍ଣ ବିଧାନସଭା ବ୍ୟବସ୍ଥା ହେବା ପରେ ଏବେ ସୁଦ୍ଧା ଦିଲ୍ଲୀରେ ୬ ଜଣ ମୁଖ୍ୟମନ୍ତ୍ରୀ ପଦ ପାଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ମୁଖ୍ୟମନ୍ତ୍ରୀ ଏମିତି ଅଛନ୍ତି ଯାହାଙ୍କୁ ନିର୍ବାଚନର ଠିକ ପୂର୍ବରୁ ସିଏମ ପଦ ମିଳିଛି।। ଅନ୍ୟପଟେ ଆଉ ଜଣେ ବ୍ୟକ୍ତି ବିଧାୟକ ନ ହୋଇ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଛି।

ସମ୍ବିଧାନ ସଂଶୋଧନ ଜରିଆରେ ୧୯୯୩ ମସିହାରେ ଦିଲ୍ଲୀରେ ପ୍ରଥମେ ବିଧାନସଭା ନିର୍ବାଚନ କରାଯାଇଥିଲା। ସେତେବେଳେ ମଦନ ଲାଲ ଖୁରାନା ମୁଖ୍ୟମନ୍ତ୍ରୀ ହେବା ସହ ସରକାର ଗଢିଥିଲା ବିଜେପି। ତେବେ ସେ ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସାହିବ ସିଂହ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ସେ ୨ ବର୍ଷ ୨୨୮ ଦିନ କାର୍ଯ୍ୟ କରିବା ପରେ ପିଆଜ ଦରବୃଦ୍ଧି କାରଣରୁ ତାଙ୍କୁ ଦଳ ଛାଡିବାକୁ ପଡିଥିଲା। ସେହି ସମୟରେ ଦିଲ୍ଲୀରେ ପିଆଜ ଦରବୃଦ୍ଧି କାରଣରୁ ସାଧାରଣ ଜନତା ବାରମ୍ବାର ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ସୁଷମା ସ୍ଵରାଜ। ସୁଷମା ବିଧାୟକ ନଥାଇ ମଧ୍ୟ ଦିଲ୍ଲୀର ତୃତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ବିଜେପି ଭାବମୁର୍ତ୍ତିକୁ ସୁଧାରିବାକୁ ବହୁ ଚେଷ୍ଟା କରି ମଧ୍ୟ ୫୨ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ।
ସୁଷମାଙ୍କ ପୂର୍ବରୁ ଚୌଧୁରୀ ଚରଣ ସିଂହ କଂଗ୍ରେସ ସମର୍ଥନରେ ଦେଶର ୫ମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ। ଶପଥ ଗ୍ରହଣ ପରେ ଚୌଧୁରୀ ଚରଣ ସିଂହଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡିଥିଲା। ଏହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାରୁ ଇନ୍ଦିରା ତାଙ୍କୁ ସମର୍ଥନ କରି ନଥିଲେ। ମୋଟ ୨୩ ଦିନ ପଦରେ ରହିବା ପରେ ସେ ମଧ୍ୟ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.