Latest Odisha News

BREAKING NEWS

ଶୁକ୍ରବାର ଲୁଫ୍ଥାନ୍ସା ଏୟାରଲାଇନ୍ସର ୮୦୦ ବିମାନ ବାତିଲ

ଭୁବନେଶ୍ୱର: ଜର୍ମାନୀ ଏୟାରଲାଇନ୍ସ ଲୁଫ୍ଥାନ୍ସା ଶୁକ୍ରବାର ୮୦୦ ଟି ବିମାନ ବାତିଲ କରିଛି । ଲୁଫ୍ଥାନ୍ସାର ସମସ୍ତ ପାଇଲଟ ୟୁନିଅନ ଧର୍ମଘଟ କରିବାରୁ ଶୁକ୍ରବାର କମ୍ପାନୀ ତାର ପ୍ରାୟତଃ ସମସ୍ତ ବିମାନ ବାତିଲ କରିବାକୁ ବାଧ୍ୟ ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହେବେ ବୋଲି ରଏଟର୍ସ ଖବର ପ୍ରକାଶ କରିଛି ।

BjdElectrycity

ପାଇଲଟ ସଂଘ ପକ୍ଷରୁ ଦରମା ବୃଦ୍ଧି ସକାଶେ ହୋଇଥିବା ଦାବି ଅଗ୍ରାହ୍ୟ ହୋଇଯିବାରୁ ଏହି ଆନ୍ଦୋଳନ କରାଯାଉଛି ବୋଲି ସଂଘ ଗଣମାଧ୍ୟମକୁ କହିଛି । କମ୍ପାନୀ ସୂଚନା ଅନୁସାରେ, ସମସ୍ତ ପାଇଲଟଙ୍କ ପାଇଁ ଲୁଫ୍ଥାନ୍ସା ୯୦୦ ୟୁରୋ ବୃଦ୍ଧି କରିଥିଲା । ଯାହା ବରିଷ୍ଠ ପାଇଲଟଙ୍କ ୫% ଏବଂ ନୂଆ କରି ଚାକିରି ଆରମ୍ଭ କରୁଥିବା କର୍ମଚାରୀଙ୍କ ୧୮% ।

 

Leave A Reply

Your email address will not be published.